ପ୍ୟାକେଜ୍‌କୁ ନେଇ ମୁହଁ ଖୋଲିଲେ ଦାମ; ଆକାଶ କୟାଁ ଚିଲିକା ମାଛ, ମନକୁ ସୁଆଦ ପାଟିକୁ ମିଛ

Edited by Papu Mohanty

ଭୁବନେଶ୍ୱର : May 16: ମୋଦିଙ୍କ ୨୦ ଲକ୍ଷ କୋଟିର ପ୍ୟାକେଜ୍‌ ଘୋଷଣାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଥିଲାବେଲେ ରାଜ୍ୟର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ କଟାକ୍ଷ କରିଛନ୍ତି । ଦୀର୍ଘଦିନର ନୀରବତା ପରେ ଏନେଇ ଦାମ ବାକୁ ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି ।
ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ର ସରକାର ଯେଉଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି ତାହା ଆକାଶ କୟାଁ ଚିଲିକା ମାଛ ସଦୃଶ୍ୟ । ୨୦ଲକ୍ଷ କୋଟି ଟଙ୍କା କେଉଁଠୁ ଆସିବ କେନ୍ଦ୍ର ସରକାର ସେକଥା ସ୍ପଷ୍ଟ କରିନାହାଁନ୍ତି । ବାର୍ଷିକ ବଜେଟରୁ କାଣ୍ଟଛାଣ୍ଟ କରି ଯଦି ଟଙ୍କା ଆସିବ ତେବେ ବଜେଟ କିପରି କାର୍ଯ୍ୟକାରୀ ହେବ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦାମ । ସେ ଉଲ୍ଲେଖ କରିଛନ୍ତି ଯେ, ଓଡିଶାକୁ ଏବେ ବହୁ ପ୍ରବାସଙ୍କ ସୁଅ ଛୁଟିଛି । ସେମାନଙ୍କୁ ଥଇଥାନ କରିବା, କ୍ୱାରେଣ୍ଟାଇନ୍‌ରେ ରଖିବା ଖାଇବାକୁ ଦେବା ଏବଂ ସେମାନଙ୍କୁ ଯନି ନେବାର ଆବଶ୍ୟକତା ରହିଛି । ପ୍ରବାସୀ ଓଡିଆଙ୍କୁ ଥଇଥାନ କରିବା ପାଇଁ କେନ୍ଦ୍ର ସରକାର ଯଦି କିଛି ଆର୍ଥିକ ସମ୍ବଳ ସାହାଯ୍ୟ କରନ୍ତେ ତେବେ ଭଲ ହୁଅନ୍ତା । ପ୍ୟାକେଜ୍‌କୁ କଟାକ୍ଷ କରି ଦାମ ବାବୁ କହିଛନ୍ତି ଏହା ଆକାଶ କୟାଁ ଚିଲିକା ମାଛ, ମନକୁ ସୁଆଦ ପାଟିକୁ ମିଛ ।

Comments are closed.