ପ୍ଲାଜମା ଥେରାପି ମାଧମରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କ ଅବସ୍ଥାରେ ଉନ୍ନତି

0

ଭୁବନେଶ୍ୱର: ଜୁଲାଇ ୧୯: ପ୍ଲାଜମା ଥେରାପି ଗୁରୁତର କରୋନା ରୋଗୀଙ୍କ ମଧ୍ୟରେ ଆଶା ସଂଚାର କରିଛି I ଓଡ଼ିଶାରେ ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କର ଅବସ୍ଥା ରେ ଉନ୍ନତି ଆସୁଛି I
ପ୍ଲାଜମା ଥେରାପି ରେ ଚିକିତ୍ସିତ ହେଉଥିବା ୬ ଜଣ ଗୁରୁତର ରୋଗୀଙ୍କ ମଧ୍ୟରୁ, ୪ ଜଣ ଅବସ୍ଥାରେ ସୁଧାର ହେବାରେ ଲାଗିଛି ଏବଂ ସେମାନେ ଆଉ Oxygen ର ସହାୟତା ଆବଶ୍ୟକ କରୁନାହାନ୍ତି I ସେମାନଙ୍କୁ ଖୁବ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ଜଣାପଡିଛି।
ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ସେମାନେ ଶୀଘ୍ର ବିପଦମୁକ୍ତ ହେବI  ଆଶା କରାଯାଉଛି I
ଏ ପର୍ଯ୍ୟନ୍ତ ୪ ଜଣ ଡୋନର ଙ୍କ ଠାରୁ ୮ ୟୁନିଟ ପ୍ଲାଜମା ସଂଗ୍ରହ କରାଯାଇଥିବା ବେଳେ ୬ ଟି ୟୁନିଟ ବ୍ୟବହାର କରାଯାଇଛି I ସମ କୋଭିଡ ହସ୍ପିଟାଲ ର ୪ ଜଣ ରୋଗୀ ଏବଂ ଅଶ୍ୱିନୀ କୋଭିଡ ହସ୍ପିଟାଲ ର ଦୁଇ ଜଣ ରୋଗୀ ଙ୍କୁ ପ୍ଲାଜମା ଦିଆଯାଇଛି I
ପ୍ଲାଜମା ଦାନ କରିବା ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ଟ୍ୱଇଟର ମାଧ୍ୟମରେ ଆବେଦନ କରିଥିଲେ I ସୁସ୍ଥ ହେଇଥିବା ଅନେକ ବ୍ୟକ୍ତି ପ୍ଲାଜମା ଦାନ କରିବା ପାଇଁ ଇଛା ପ୍ରକାଶ କରୁଛନ୍ତି I ଏପରିକି NDRF ଓ Fire Services Personnel ମଧ୍ୟ ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସିଛନ୍ତି I
NDRF ଓ Fire Services Personnel କୋଭିଡ ରୁ ସୁସ୍ଥ ହେବା ପରେ, ପ୍ଲାଜମା ଦାନ କରିବା ପାଇଁ ଆଗେଇଆସିଥିବାରୁ, ମୁଖ୍ୟ ମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି, NDRF ଓ Fire Services personnel ଙ୍କ ଏ ପ୍ରକାର ର କାର୍ଯ୍ୟ ଅନ୍ୟମାନଙ୍କୁ ମଧ୍ୟ କୋଭିଡ ରୁ ଭଲ ହେବା ପରେ Blood Donation କରିବା ପାଇଁ ଉତ୍ସାହିତ କରିବ I
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କୋଭିଡ ରୁ ସୁସ୍ଥ ହେଇଥିବା Fire Services personnel ଯେଉଁମାନେ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଦାନ କରିବ ପାଇଁ ଆଗେଇ ଆସିଛନ୍ତି, ସେମାନଙ୍କୁ ପ୍ରଶଂସା କରିଛନ୍ତି I

Leave A Reply

Your email address will not be published.