ପ୍ରେରଣାଦାୟୀ ଆକାଂକ୍ଷା

0

ଦିଲ୍ଲୀ: ସେପ୍‌ଟେମ୍ବର ୨: ଆଜିକାଲି ମହିଳାମାନେ ଅନେକ ଏଭଳି କାର୍ଯ୍ୟ କରୁଛନ୍ତି, ଯାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ପାଲଟୁଛି । ସେହିଭଳି ଜଣେ ଯୁବତୀ ହେଲେ ଆକାଂକ୍ଷା କୁମାରୀ । ଯିଏ ପାଲଟିଛନ୍ତି ପ୍ରଥମ ମହିଳା ଇଞ୍ଜିନିୟର । ସିଏ କୋଇଲା ଖଣିରେ ମାଟିତଳେ କାମ କରୁଛନ୍ତି । ତାଙ୍କର ଏହି କାର୍ଯ୍ୟ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛି । ସେ ସେଣ୍ଟ୍ରାଲ କୋଲ୍‌ଫିଲïସ୍‌ ଲିମିଟେଡ୍‌(ସିସିଏଲ୍‌)ରେ କାର୍ଯ୍ୟରତ ଅଛନ୍ତି । ସେ ଝାଡଖଣ୍ଡର ଚୁରି ଅଣ୍ଡରଗ୍ରାଉଣ୍ଡ ଖଣିରେ କାର୍ଯ୍ୟ କରୁଛନ୍ତି । ସେ ନିଜର ସ୍କୁଲ ପାଠ ଜବାହର ନବୋଦୟରେ ସାରିଥିବା ବେଳେ ବିଆଇଟି ସିନ୍ଦିରି, ଧନବାଦରୁ ଇଞ୍ଜିନିୟରିଂ ପଢା ସାରିଛନ୍ତି । ବର୍ତ୍ତମାନ ସେ ସମସ୍ତଙ୍କ ପାଇଁ ପ୍ରରଣା ସାଜିଛନ୍ତି । ସୋସିଆଲ ମିଡିଆରେ ସମସ୍ତେ ତାଙ୍କର ସାହସକୁ ପ୍ରଂଶସା କରିଛନ୍ତି । ପାଠ ପଢିବା ବେଳୁ କିଛି ଅଲଗା କରି ଦେଖାଇବର ଇଚ୍ଛା ତାଙ୍କୁ ଆଜି ସମସ୍ତଙ୍କ ନିକଟରେ ପରିଚିତ କରାଇଛି ।

Leave A Reply

Your email address will not be published.