ପ୍ରେମ ନେଲା ଜୀବନ

ପ୍ରେମିକା କହିଲା ଟଙ୍କା ଯଉଠି ମୁଁ ସେଇଠି

କଟକ: ଆଜିର ଏ ମଡର୍ଣ୍ଣ ଯୁଗର ପ୍ରେମିକ ମାନଙ୍କୁ ମୁଁ ଅନୁରୋଧ କରୁଛି ଜୀବନରେ କେବେ କୋ÷ଣସି ଝିଅକୁ ହୃଦୟ ଦେଇ ବେଶୀ ଭଲ ପାଇବ ନାହିଁ । ଏମିତି କିଛି ଭିଡିଓ ରେକର୍ଡି କରି ଜୀବନ ହାରିଲା ଜଣେ ପ୍ରେମିକ । ୩ବର୍ଷର ପ୍ରେମକୁ ତୁଚ୍ଛ କରି ପ୍ରେମିକା ଆଉ କାହାକୁ ଭଲ ପାଇବା ପରେ ଟ୍ରେନ ଆଗକୁ ଡ଼େଇଁ ଆତ୍ମହତ୍ୟା କଲା ୨୩ ବର୍ଷୀୟ ଯୁବକ । ଇଏ ହେଉଛି ପ୍ରେମିକ ମନୋଜ ସ୍ୱାଇଁର କାହାଣୀ । କଟକ ଜିଲ୍ଲା ନିଆଳି ଅଂଚଳର ଯୁବକ ମନୋଜ ସ୍ୱାଇଁ କଟକ ରାଉସାପାଟଣାରେ ଘରଭଡ଼ା ନେଇ ଏକ ପ୍ରାଇଭେଟ କମ୍ପାନୀରେ ଚାକିରି କରୁଥିଲେ । ଚାକିରି ସମୟରେ ଯାଜପୁର ଜିଲ୍ଲାର ଜଣେ ଯୁବତୀଙ୍କୁ ସହ ଦେଖାସାକ୍ଷାତ ପରେ ଗଢ଼ି ଉଠିଥିଲା ପ୍ରେମ । ପ୍ରେମ ବି ଦୀର୍ଘ ୩ ବର୍ଷ ଧରି ଚାଲିଲା । ଦୁହେଁ ବିବାହ କରି ଘର ସଂସାର କରିବାକୁ ମନସ୍ଥ ବି କରିଥିଲେ । ହଠାତ କେଉଁ ଆଡୁ ଅମାବାସ୍ୟାର ଅନ୍ଧାର ମାଡିଆସିଲା ମନୋଜ ଜୀବନରେ । ୩ ବଷଁ ଦରି ଭଲ ପାଉଥିବା ଝିଅ ଆଉ କାହାକୁ ଭଲ ପାଇ ବସିଲା । ଯେତେ ଫୋନ କଲେ ବି ଆଉ ପ୍ରେମିକା ଉଠାଇଲାନି ଫୋନ । ଏଭଳି ଘଟଣାପରେ ମନୋଜ ଦିନକୁ ଦିନ ହତାଶ ହୋଇ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲା । ସେପଟେ ମନୋଜର ପ୍ରେମିକାର କଥା ଅନୁସାରେ ତାର ଘର ଲୋକ ବାହାଘର ମଧ୍ୟ ସ୍ଥିର କରିଦେଲେ । କୋ÷ଣସି ସୂତ୍ରରୁ ଏ ବିଷୟରେ ଖବର ପାଇ ନିଜ ପ୍ରେମିକାକୁ ବୁଝାଇବାକୁ ବହୁତ ଚେଷ୍ଟା କଲା । ମାତ୍ର ଉତ୍ତରରେ ପ୍ରେମିକା ମନୋଜକୁ ଚିହ୍ନି ନଥିବା କହିଥିଲା । ମନୋଜକୁ ଥଟ୍ଟା କରି ଟଙ୍କା ଯେଉଁଠି ମୁଁ ସେଇଠି ବୋଲି କହିଥିଲା ପ୍ରେମିକା । ଏହି ଘଟଣା ପରେ ମନୋଜ ନିଜର ଭାରସାମ୍ୟ ହରାଇବସିଲା । ଆଉ ଜୀବନ ହାରିବା ଭଳି କଠୋର ନିଷ୍ପତ୍ତି ନେଇଗଲା ମନୋଜ । ପ୍ରେମିକାଠାରୁ ଧୋକା ଖାଇବା ପରେ ମନୋଜ ଶୁକ୍ରବାର ରେଳ ଧାରଣାକୁ ଯାଇ ନିଜ ପ୍ରେମ ଇତିହାସ ସମ୍ବନ୍ଧରେ ଭିଡିଓ ନିଜ ମୋବାଇଲରେ ରେକର୍ଡି କରିଥିଲା । ଏହି ଶେଷ ଭିଡିଓରେ ଆଧୁନିକ ଯୁବକମାନଙ୍କୁ କୋ÷ଣସି ଝିଅକୁ ହୃଦୟ ଦେଇ ଭଲ ନ ପାଇବାକୁ ବାର୍ତ୍ତା ଦେଇ ହାରିଦେଲା ଜୀବନ । ଶନିବାର ବଡି ଭୋରୁ ମନୋଜ ତାଳଦଣ୍ଡା କେନାଲ ମାତୃଭବନ ନିକଟ ରେଳ ଧାରଣାକୁ ଯାଇ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆରପିଏଫ ରେଳ ଟ୍ରାକରୁ ମୃତଦେହ ଜବତ କରିବା ସହିତ ମୋବାଇଲ ଓ ସୁଇସାଡିଆଲ ନୋଟ ଜବତ କରିଛି ।

Comments are closed.