ପ୍ରଶିକ୍ଷଣ ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟଙ୍କ ସହ ଜଣେ ଟ୍ରେନି ମୃତ

ଭୁବନେଶ୍ୱର : ଜୁନ ୮:ଢେଙ୍କାନାଳ ଜିଲ୍ଲା ବିରାଶାଳ ଏୟାରଷ୍ଟ୍ରିପରେ ତାଲିମ ଚାଲିଥିବାବେଳେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇଜଣ ପ୍ରାଣ ହରାଇଛନ୍ତି ।
ସୋମବାର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ବିରାଶାଳ ସରକାରୀ ବିମାନ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷକ ପାଇଲଟଙ୍କ ସହ ପ୍ରଶିକ୍ଷଣ ନେଉଥିବା ଜଣେ ଛାତ୍ରୀଙ୍କର ମୃତୁ୍ୟ ଘଟିଛି । ଆଜି ସକାଳେ ବିମାନ ଦୁର୍ଘଟଣାରେ ମୁଖ୍ୟ ପ୍ରଶିକ୍ଷକ କ୍ୟାପଟେନ ସଞ୍ଜୀବ କୁମାର ଝା ଓ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ପାଇଲଟ ଅନିଶ ଫାତିମା ପ୍ରାଣ ହାରାଇଛନ୍ତିି ।
ସୂଚନାଯୋଗ୍ୟ, ମୁଖ୍ୟ ପ୍ରଶିକ୍ଷକଙ୍କ ଘର ବିହାରରେ ହୋଇଥିବା ବେଳେ ଛାତ୍ରୀଙ୍କ ଘର ତାମିଲନାଡ଼ୁରେ । ସକାଳୁ ସେନା-୧୨୫ ଦୁଇସିଟ ବିଶିଷ୍ଠ ଟ୍ରେନିଂ ପାଇଁ ଉଡାଣ ଆରମ୍ଭ କରିଥିଲା । ଉଡ଼ାଣ ସମୟରେ ହଠାତ ଯାନ୍ତ୍ରୀକ ତୃଟି ଦେଖାଯିବାରୁ ବିମାନଟି ପ୍ରାୟ ୧୦୦ ଫୁଟ ଉପରୁ ଖସିପଡ଼ିଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ବିଭାଗୀୟ ଆମ୍ବୁଲାସରେ ନିଆଯାଇଥିଲା । ଦୁଇ ଜଣଙ୍କୁୁ ଡାକ୍ତର ମୃତ ଘୋଷଣା କରିଥିଲେ । ଉକ୍ତ ହସ୍ପିଟାଲରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପହଂଚି ଗଭୀର ଶୋକ ପ୍ରକାଶ କରିଥିଲେ ଏବଂ ଘଟଣାର ତଦନ୍ତ କରାଯିବ ବୋଲି କହିଥିଲେ I

Comments are closed.