ପ୍ରବାସୀ ଓଡିଆ ପ୍ରସଙ୍ଗ: ଟ୍ରେନ୍‌ ଠିକ୍‌ କର, ଟିକେଟ ଖର୍ଚ୍ଚ ଦେବ କଂଗ୍ରେସ : ନିରଞ୍ଜନ

Edited by Papu Mohanty

ଭୁବନେଶ୍ୱର : 09/05/:ରାଜ୍ୟ ସରକାରଙ୍କ ଦୁରଦୃଷ୍ଟି ଅଭାବ ଯୋଗୁ କରୋନା ଦ୍ୱାରା ସମସ୍ୟାରେ ଥିବା ଲକ୍ଷ ଲକ୍ଷ ଓଡିଆ ହଇରାଣ ହରକତ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଉଦ୍‌ଭବ ସମସ୍ୟା ପାଇଁ ସେ ସିଧାସଳଖ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ୨ ମାସ ଧରି ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସରକାର ଶୁଣିନାହାନ୍ତି । ମୁଖ୍ୟସଚିବଙ୍କୁ ପ୍ରତି ବ୍ଲକରେ ମାସ୍କ ବାଣ୍ଟିବାକୁ କଂଗ୍ରେସ ଦଳ ଅନୁରୋଧ କରିଥିଲା ହେଲେ ଏଥିପ୍ରତି ସରକାର ଗୁରୁତ୍ୱ ଦେଲେନାହିଁ । ପ୍ରବାସୀ ଓଡିଆଙ୍କୁ ଆଣିବାକୁ ପ୍ରସ୍ତାବ ଦେଲେ ମଧ୍ୟ ସରକାର ଶୁଣିଲେ ନାହିଁ । ତେବେ ପ୍ରବାସୀ ଓଡ଼ିଆ ଓଡ଼ିଶା ଆସିବାକୁ ଚାହିଁଲେ ସେମାନଙ୍କୁ ଟ୍ରେନ ଟିକେଟ ଦେବା ପାଇଁ ଦଳ ପ୍ରସ୍ତୁତ ଅଛି । ଏକଥା ମଧ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି । ଲୋକଙ୍କୁ ଆଣିବାକୁ ସରକାର ନିଷ୍ପତ୍ତି ନିଅ;ୁ, ଟ୍ରେନ ଠିକ କର;ୁ କଂଗ୍ରେସ ଟିକେଟ ଖର୍ଚ୍ଚ ଦେବ ବୋଲି କହିଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ।

Comments are closed.