ପ୍ରଦୀପ ଦାସ ଇରେଡାର ନୂଆ ସିଏମଡି

By Papu Mohanty

ଭୁବନେଶ୍ୱର (ସବୁ୍ୟ): May 15: ବରିଷ୍ଠ କଷ୍ଟ ଆକାଉଟାଣ୍ଟ ଓ କମ୍ପାନୀ ସେକ୍ରେଟାରୀ ଅଧିକାରୀ ପ୍ରଦୀପ କୁମାର ଦାସ ଇଣ୍ଡିଆନ ରିନୁଏବୁଲ ଏନେର୍ଜି ଡେଭେଲପମେଣ୍ଟ ଏଜେନସି ଲିମିଟେଡ଼ (ଇରେଡା) ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ (ସି .ଏମ.ଡି .) ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ଦାସ ଇଣ୍ଡିଆନ ଟୁରିଜିମ ଡେଭେଲପମେଣ୍ଟ କର୍ପୋରେସନ (ଆଇଟିଡିସି ) ର ବିତ୍ତ ନିର୍ଦେଶକ ଓ ମୁଖ୍ୟ ଆର୍ଥିକ ଅଧିକାରୀ ଥିଲେ । ଆଇଟିଡିସିର ଡ଼ିଏଫ ଭାବରେ ସେ କମ୍ପାନୀର ଆର୍ଥିକ ପରିଚାଳନା ଖୁବ ଦକ୍ଷତାର ସହିତ ପରିଚାଳନା କରିବା ସହ ଏହି ସଂସ୍ଥାକୁ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ରେ ଟ୍ରେଡ଼ ଫର ଟ୍ରେଡ଼ ଶୈଳୀରେ ବ୍ୟବସାୟ କରିବା ପାଇଁ ଯୋଗ୍ୟ ବିବେଚିତ କରାଇ ପାରିଥିଲେ । ଏହା ସହିତ ଆଇଟିଡିସି ଅଧିନସ୍ଥ ହୋଟେଲ ମାନଙ୍କରେ ପୁଞ୍ଜି ପ୍ରତ୍ୟାହାର ସୁଚାରୁ ରୂପେ ସମ୍ପର୍ଣ୍ଣ କରିବାରେ ସେ ଉଲେଖ୍ୟ ଯୋଗ୍ୟ ଭୂମିକା ଗ୍ରହଣ କରିଥିଲେ । ଯାଜପୁର ଜିଲ୍ଲା ର ରଣପୁର ନିବାସୀ ଶ୍ରୀ ଦାସ ଶ୍ରୀନ୍ତ ହାଇସ୍କୁଲ ରେ ତାଙ୍କର ଶିକ୍ଷା ସମାପ୍ତ କରି କୋଲକାତା ବିଶ୍ୱବିଦ୍ୟାଳୟରୁିକମ ଅନର୍ସ ରେ ଡିଗ୍ରୀ ଲାଭ କରିଥିଲେ ଏହାପରେ ସେ ଇନ୍‌ଷଫିଟ୍ୟୁଟ ଅଫ କଷ୍ଟ ଆକାଉଟାଣ୍ଟ ଅଫ ଇଣ୍ଡିଆ ର ଫେଲୋ ଓ ଇନ୍‌ଷଫିଟ୍ୟୁଟ ଅଫ କମ୍ପାନୀ ସେକ୍ରେଟାରୀଜ ଅଫ୍‌ ଇଣ୍ଡିଆ ର ସହଯୋଗୀ ସଦସ୍ୟ ହେବାର ମାନ୍ୟତା ହାସଲ କରିଛନ୍ତି ।

Comments are closed.