ପ୍ରକାଶ ପାଇଲ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ

ଭୁବନେଶ୍ୱର, ଅଗଷ୍ଟ ୧୪: ଆଜି ଅପରାହ୍ନ ୧ଟା ସମୟରେ ରାଜ୍ୟର ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ ପ୍ରକାଶ ପାଇଛି । ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଗଣଶିକ୍ଷା ମନ୍ତ୍ରୀ ପରୀକ୍ଷାଫଳ ପ୍ରକାଶ କରିଛନ୍ତି । କଳାରେ ପ୍ରାୟ ଦୁଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକ ବିଷୟରେ ପ୍ରାୟ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । କଳା ରେଗୁଲାରରେ ୧ ଲକ୍ଷ ୮୯ ହଜାର ୩୬୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧ଲକ୍ଷ ୮୬ ହଜାର ୬୮୫ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । କଳା ରେଗୁଲାରରେ ୯୮.୫୮ପ୍ରତିଶତ ପାସ୍‌ ହାର ରହିଛି ।
କଳା ରେଗୁଲାର ପ୍ରଥମ ଶ୍ରେଣୀରେ ୩୦ ହଜାର ୫୧୦ ଜଣ ଛାତ୍ରଛାତ୍ରୀ ପାସ୍‌ କରିଥିଲା ବେଳେ ଦ୍ୱିତୀୟ ଶ୍ରେଣୀରେ ୪୬ ହଜାର ୧୦୧ ଛାତ୍ରଛାତ୍ରର ପାସ୍‌ କରିଛନ୍ତି । ତୃତୀୟ ଶ୍ରେଣୀରେ ୧୦ ହଜାର ୭୪ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ୯୫ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ଉପରକୁ ନମ୍ବର ରଖିଛନ୍ତି । ଛାତ୍ରଛାତ୍ରୀମାନେ orissaresults.nic.in ମାଧ୍ୟମରେ ନିଜ ପରୀକ୍ଷାଫଳ ପାଇଥିଲେ ।

Comments are closed.