ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୋଟିପତି

ଉମରକୋଟ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଅନ୍ତର୍ଗତ ବୋରଗାଁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି। ବୁଧବାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ତାଙ୍କ ପାଖରେ ଥିବା ବ୍ୟାଙ୍କ ବାଲାନ୍ସଠୁ ଆରମ୍ଭ କରି ଧନ, ସମ୍ପତ୍ତି, କୋଠବାଡ଼ି ସମ୍ପର୍କରେ ଜାଣିଲେ ଆପଣ ବି ଆଚମ୍ବିତ ହୋଇଯିବେ।ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇ ୨ କୋଟି ୬୦ ଲକ୍ଷ ୬୭ ହଜାର ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଥିବା ଆକଳନ କରାଯାଇଥିଲା। ତେବେ ଏହି ଆକଳନ ସମ୍ପତ୍ତିର ପ୍ରମାଣ ପ୍ରଧାନଶିକ୍ଷକ ଦେଇ ନ ପାରିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା।

Comments are closed.