ପୋଖରୀରେ ପଡି ଶିଶୁ ପୁତ୍ର ମୃତ

ସମୟ ଲାଇଭ,26/2: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ପଂଚାୟତ କୁଣିଆରୀ ଗ୍ରାମର ଗଣପତି ରାଉଳଙ୍କ ତପନ ୧ବର୍ଷ୨ମାସ ର ଶିଶୁ ପୁତ୍ର ବୁଧୁବାର ସକାଳ ୮ଟା ସମୟରେ ନିଜ ଘର ଅଗଣାରେ ଖେଳୁଥିଲା । ମାତ୍ର କିଛି ସମୟ ପରେ ପିଲାଟିକୁ ପରିବାର ଲୋକେ ନ ପାଇବାରୁ ବହୁ ଖୋଜାଖୋଜି କରିଥିଲେ ଶେଷରେ ତପନକୁ ଘର ନିକଟରେ ଥିବା ରାଉଳ ସାହି ପୋଖରୀରୁ ଭାସୁଥିବା ଅବସ୍ଥାରେ ଉଦ୍ଧାର କରି ସିମୁଳିଆ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତର ମୃତ ଘୋଷଣା କରିଛନ୍ତି ।

Comments are closed.