‘ପେଡାଲ ଫର୍‌ ହେଲ୍‌ଥ’ ଅଭିଯାନ ଆରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଦିଲ୍ଲୀ, ଅଗଷ୍ଟ ୧୪: ‘ଆଜାଦୀ କା ଅମୃତ ସହୋତ୍ସବ’କାର୍ଯ୍ୟକ୍ରମ ଅନ୍ତର୍ଗତେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଦିଲ୍ଲୀଠାରେ ‘ପେଡାଲ ଫର୍‌ ହେଲ୍‌ଥ’ ଅଭିଯାନ ଆରମ୍ଭ କରିଛନ୍ତି । ‘ଆଜାଦୀ କା ଅମୃତ ମହୋତ୍ସବ’ ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପାଳନ ଉପଲକ୍ଷେ ଦେଶବ୍ୟାପୀ ପାଳନ କରାଯାଉଛି । ଏହି ଅଭିଯାନ ମେଜର ଧ୍ୟାନଚନ୍ଦ ନ୍ୟାସନାଲ ଷ୍ଟାଡିଅମରୁ ସାଇକେଲ ଯାତ୍ରା ଆରମ୍ଭ ହୋଇ ଆକ୍‌ବର ରୋଡର ତିନି କିଲୋମିଟର ପର୍ଯ୍ୟନ୍ତ ଚାଲିଥିଲା । ଯାତ୍ରା ସମୟରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଏବଂ ଆଇନମନ୍ତ୍ରୀ କିରନ ରିଜିଜୁ ଯୋଗ ଦେଇଥିଲେ । ସୁସ୍ଥ ବା ଫିଟ୍‌ ରହିବା ପାଇଁ ଆମେ ଦୈନିକ ସାଇକେଲ ଚଲାଇବା ଉଚିତ୍‌ । ଯଦି ଲୋକମାନେ ଫିଟ୍‌ ରହିବେ ଦେଶ ଫିଟ୍‌ ରହିବ , ଏକ ଶକ୍ତିଶାଳୀ ଭାରତ ଗଢ଼ିଉଠିବ ବୋଲି ଠାକୁର ଏହି କାର୍ଯ୍ୟକ୍ରମରେ କହିଥିଲେ । ‘ଆଜାଦୀ କା ଅମୃତ ମହୋତ୍ସବ’ ପୋର୍ଟ ବ୍ଲେୟାର ସ୍ଥିତ ସେଲୁଲାର ଜେଲ୍‌, ଲାହୋଲା ସ୍ପିତିର କାଜା ଚୌକ, ମୁମ୍ବାଇ ଗେଟ୍‌ େୱ ଅଫ୍‌ ଇଣ୍ଡିଆ ଏବଂ ପଞ୍ଜାବର ଅଟାରୀ ସୀମା ସହିତ ଦେଶର ୭୫ଟି ସହରରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି ।

Comments are closed.