ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଗୁରୁତର

ନୂଆଦିଲ୍ଲୀ: ଅଗଷ୍ଟ ୧୧ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଗୁରୁତର ଏବଂ ମସ୍ତିଷ୍କ ଅସ୍ତ୍ରୋପଚାର ପରେ ଭେଣ୍ଟିଲେଟର ସହାୟତାରେ ଅଛନ୍ତି ବୋଲି ମଙ୍ଗଳବାର ଦିନ Army Research and Referral Hospital ପକ୍ଷରୁ କୁହାଯାଇଛି I ସେ ମଧ୍ୟ କୋଭିଡ -19 ପଜିଟିଭ ବୋଲି ଜଣାପଡିଛି।
ତାଙ୍କୁ ଗୁରୁତର ଅବସ୍ଥାରେ ଅଗଷ୍ଟ ୧୦ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା I ହସ୍ପିଟାଲ ପକ୍ଷରୁ କୁହାଯାଇଛି, ‘ ତାଙ୍କ ମସ୍ତିଷ୍କ
ରେ ଏକ ବଡ Clot ଚିହ୍ନଟ ହେବା ପରେ ଏକ ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଇଥିଲା I ‘ ଅପରେସନ ପରେ ସେ ଭେଣ୍ଟିଲେଟର ସହାୟତାରେ ଅଛନ୍ତି I

ଅଗଷ୍ଟ 10 ରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଟ୍ୱଇଟ କରି କହିଥିଲେ, “ଅନ୍ୟ କାରଣ ପାଇଁ ଡାକ୍ତରଖାନା ଆସି ମୁଁ କୋଭିଡ ଟେଷ୍ଟ କରାଇବା ପରେ କୋଭିଡ ପଜିଟିଭ ଥିବା ରିପୋର୍ଟ ଆସିଛି I ତେଣୁ , ଗତ ସପ୍ତାହରେ ମୋ ସହ ଯୋଗାଯୋଗ କରିଥିବା ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି, ଦୟାକରି ସଙ୍ଗରୋଧ ରେ ରୁହନ୍ତୁ ଏବଂ କୋଭିଡ ପରୀକ୍ଷା କରିନିଅନ୍ତୁ I ‘

Comments are closed.