ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ରେ ସଂକ୍ରମିତ

ନୂଆଦିଲ୍ଲୀ: ଅଗଷ୍ଟ ୧୦ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ରେ ସଂକ୍ରମିତ । ଏହା ସେ ନିଜେ ଟ୍ୱଇଟର ମାଧ୍ୟମ ରେ ଜଣାଇଛନ୍ତି ଏବଂ ତାଙ୍କ ସହ ସମ୍ପର୍କ ରେ ଆସିଥିବା ସମସ୍ତଙ୍କୁ ସଙ୍ଗରୋଧ ରେ ରହିବ ପାଇଁ ପରାମର୍ଶ ଦେଇଛନ୍ତି ।
ଟୁଇଟ କରି କହିଛନ୍ତି ‘ଅନ୍ୟ କାରଣ ପାଇଁ ହସ୍ପିଟାଲ ଯାଇ ସେ କୋଭିଡ ପରୀକ୍ଷା କରାଇଥିଲେ ଏବଂ ରିପୋର୍ଟ ପଜିଟିଭ ଆସିଛି । ତେଣୁ ସେ ଅନୁରୋଧ କରି କହିଛନ୍ତି , ଗତ ସପ୍ତାହ ରେ ଯେଉଁମାନେ ତାଙ୍କ ସମ୍ପର୍କ ରେ ଆସିଛନ୍ତି ସେମାନେ ସଙ୍ଗରୋଧ ରେ ରୁହନ୍ତୁ ବା କୋଭିଡ ଟେଷ୍ଟ କରାଇନିଅନ୍ତୁ ।’
ଏହି ଖବର ପ୍ରଚାରିତ ହେବା ପରେ ବହୁ ଶୁଭେଚ୍ଛୁ ଶୁଭେଚ୍ଛା ବାର୍ତା ପଠାଇବାରେ ଲାଗିଛନ୍ତି ।

Comments are closed.