ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ତଥା ଯୁବକଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ

ଭୁବନେଶ୍ୱର: ଅଗଷ୍ଟ ୧୯: ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁତ୍ର ତଥା ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୪୪ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ହେବ କରୋନାରେ ଆକ୍ରାନ୍ତ ଥିଲେ । ତାଙ୍କ ସାନ ଭାଇ ମନୋଜ ଜେନା ଏନେଇ ସୂଚନା ଦେଇଛନ୍ତି ।
କରୋନାରେ ଆକ୍ରାନ୍ତ ହୋଇ ଅନେକ ଦିନ ସେ ଓଡ଼ିଶାରେ ଚିକିତ୍ସିତ ହେଉଥିଲେ । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ‘ଇକ୍‌ମୋ’ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ୍‌ ନିଆଯାଇଥିଲା । ସେଠାରେ ତାଙ୍କର ମୃତୁ୍ୟ ହୋଇଛି ।
ଯୁବ କଂଗ୍ରେସ ସଭାପତି ଥିବା ସମୟରେ ସେ ବହୁ ଯୁବକଙ୍କୁ ଏକାଠି କରି ଅନେକ ସମାଜସେବା କରିଛନ୍ତି । ଯୁବ କଂଗ୍ରେସ ସଭାପତି, ଛାତ୍ର କଂଗ୍ରେସ ସଭାପତି, ପିସିସି ସାଧାରଣ ସମ୍ପାଦକ ଓ କଟକ ଜିଲ୍ଲାର ପ୍ରଭାରୀ ଥିଲେ ସିଏ ।

Comments are closed.