ପୁରୁଣା ଭିଡିଓକୁ ନେଇ ଟ୍ରୋଲ୍‌ ହେଲେ ଶିଳ୍ପା

0

ମୁମ୍ବାଇ: ସେପ୍‌ଟେମ୍ବର ୩: ଆଜିକାଲି ଶିଳ୍ପା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍‌ ଚର୍ଚ୍ଚାରେ ରହୁଛନ୍ତି । ରାଜ କୁନ୍ଦ୍ରାଙ୍କ ଘଟଣା କାରଣରୁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡୁଛି । ତେବେ ନିକଟରେ ସେ ଟ୍ରୋଲର ଶିକାର ହୋଇଛନ୍ତି । ଶିଳ୍ପାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଏକ ଚାର୍ଟ ଶୋରେ ଶିଳ୍ପାଙ୍କୁ ହସୁଥିବାର ଦେଖିବାକୁ ମିଳୁଛି । ଯାହା ଭାଇରାଲ ହେବା ପରେ ଇଣ୍ଟରନେଟ୍‌ ୟୁଜରସ୍‌ମାନେ ଶିଳ୍ପାଙ୍କୁ ଟ୍ରୋଲ୍‌ କରିବା ଆରମ୍ଭ କରିଦେଇଛନ୍ତି । ହେଲେ ଭିଡିଓଟି କୁନ୍ଦ୍ରାଙ୍କ ଘଟଣା ଘଟିବା ପୂର୍ବର ଭିଡିଓ । ଶିଳ୍ପା ଏହି ଘଟଣାର ପୂର୍ବରୁ ସେହି ଚାର୍ଟ ଶୋରେ ଭାଗ ନେଇଥିଲେ । ହେଲେ ୟୁଜର୍ସମାନେ ଏହାକୁ କୁନ୍ଦ୍ରାଙ୍କ କେସ୍‌ ସହ ଯୋଡି ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଏହି ଭିଡିଓରେ କମେଣ୍ଟ ମାଧ୍ୟମରେ ଶିଳ୍ପାଙ୍କର ଅନେକ ଅପମାନ କରାଯାଇଛି । ଶିଳ୍ପାଙ୍କୁ ଅନେକ କଟୁ କଥା କହିଛନ୍ତି ଦର୍ଶକ । ତେବେ ଏହି ଟ୍ରୋଲ୍‌ରୁ ଜଣା ପଡୁଛି ଶିଳ୍ପାଙ୍କ ଜୀବନ ଓ କ୍ୟାରିୟର ଉପରେ ରାଜ କୁନ୍ଦ୍ରା କରିଥିବା ଖରାପ କାର୍ଯ୍ୟର ପ୍ରଭାବ କେତେ ପଡିଛି । ରାଜ ଗିରଫ ହେବାର କିଛି ଦିନ ପରେ ନିକଟରେ ଶିଳ୍ପା ନିଜ ଶୋର ସୁଟିଙ୍ଗ ସେଟ୍‌କୁ ଫେରିଛନ୍ତି । ପୁଣିଥରେ ଜୀବନକୁ ପୂର୍ବଭଳି ବଞ୍ଚିବାକୁ ଚେଷ୍ଟା କରୁଥିବା ସମୟରେ ଶିଳ୍ପାଙ୍କ ପାଇଁ ଏହି ଟ୍ରୋଲ ବେଶ୍‌ କଷ୍ଟକର ଘଟଣା ।

Leave A Reply

Your email address will not be published.