ପୁରୁଣା ବାସନକୁ କରନ୍ତୁ ନୂଆ

0

ଭୁବନେଶ୍ୱର: ଅଗଷ୍ଟ ୨୮: ସାଧାରଣତ ବାସନକୁ କେତେ ଦିନ ବ୍ୟବହାର କରିବା ପରେ ଏହା କଳା ପଡିଯାଇଥାଏ । ଯାହା ଦେଖିବାକୁ ଅସୁନ୍ଦର ଲାଗିଥାଏ, କେତେକ ଲୋକ କଳା ବାସନରେ ଖାଇବାକୁ ପସନ୍ଦ କରିନଥାନ୍ତି । କିନ୍ତୁ ଏଭଳି କିଛି ଟିପ୍‌ସ ଅଛି ଯାହାକୁ ଅନୁକରଣ କଲେ ବାସନକୁ ଅନେକ ଦିନ ଯାଏ ନୂଆ ଭଳି ଚକ୍‌ଚକ୍‌ ରଖିହେବ ।
ବ୍ୟବହାର ପରେ ଭିଜାନ୍ତୁ
ସର୍ବଦା ରୋଷେଇ ସରିବା ପରେ ଅସନା ବାସନକୁ ଭିଜାନ୍ତୁ । ଏହା ବହୁ ପୁରୁଣା ଟ୍ରିକ୍‌ । ଏପରି କରିବା ଦ୍ୱାରା ବାସନ ମାଜିବାରେ ସୁବିଧା ହୋଇଥାଏ । ପାଣି କମ ସରିବା ସହିତ ଭଲରେ ସଫା ହୋଇଥାଏ । ସେହିଭଳି ନନ୍‌ଷ୍ଟିକ୍‌ ବାସନଗୁଡିକୁ ଯେମିତି ହେଲେ ଭିଜାନ୍ତୁ , କାରଣ ଏହାକୁ ଘସିଘସି ମଜାଯାଇପାରିବ ନାହିଁ । ତେବେ କାଠର ବାସନକୁ କେବେ ବି ଭିଜାନ୍ତୁ ନାହିଁ ।
ବାସନ ବାଛନ୍ତୁ
ବାସନ ମାଜିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ବଡବଡ ବାସନ ସହିତ ହାଲୁକା ଛୋଟ ବାସନ ରଖନ୍ତୁ ନାହିଁ । ପ୍ରଥମେ ହାଲୁକା ବାସନକୁ ମାଜି ନିଅନ୍ତୁ ଏବଂ ଏହା ପରେ ଭାରି ବାସନ ମାଜନ୍ତୁ । ତା’ହେଲେ ହାଲୁକା ବାସନ ଭାଙ୍ଗିବାର ସମ୍ଭାବନା କମ ରହିଥାଏ ।
ସଠିକ୍‌ ସାଧନ
ସେହିଭଳି ବାସନ ଉପରେ ବାସନ ମଜା ପାଇଁ ବ୍ୟବହୃତ ଜାଲିର ପ୍ରଭାବ ଅଧିକ ରହିଥାଏ । ସର୍ବଦା ବାସନ ମଜା ଜାଲି ସଠିକ୍‌ ବାଛନ୍ତୁ । ନନ୍‌ଷ୍ଟିକ୍‌ ବାସନକୁ କେବେ ବି ତାର ଜାଲିରେ ମାଜନ୍ତୁ ନାହିଁ । ଏହାକୁ ନରମ ବା ସ୍ପଞ୍ଜ ଥିବା ସ୍କ୍ରବ ବ୍ୟବହାର କରି ସଫା କରନ୍ତୁ । ସେହିଭଳି କାଚ ଓ ଶଙ୍ଖ ବାସନକୁ ନରମ ସ୍ପଞ୍ଜ ବ୍ୟବହାର କରି ସଫା କରନ୍ତୁ ।
ଦାଗରୁ ବଞ୍ଚନ୍ତୁ
ସାଧାରଣତ ସମସ୍ତେ ଭାବନ୍ତି ପାଣିରୁ ଦାଗ ଲାଗିବନି । କିନ୍ତୁ ବାସନରେ ପାଣିରୁ ମଧ୍ୟ ଦାଗ ଲାଗିଥାଏ । ବାସନକୁ ଧୋଇବା ପରେ ସେମିତି ନରଖି, ଏଥିରୁ ପାଣି ବାହାରିଯିବା ପରେ ତୁରନ୍ତ ପୋଛି ରଖନ୍ତୁ । ଏଭଳି ନକଲେ ବାସନରେ ଦାଗ ଲାଗିବାର ଭୟ ରହିଥାଏ । ନହେଲେ ଅଧିକ ଖୋଲା ସ୍ଥାନରେ ବାସନକୁ ପାଣି ବାହାରିବା ପାଇଁ ରଖନ୍ତୁ । ଯାହା ଦ୍ୱାରା ଏଥିରେ ଦାଗ ଲାଗିବାର ଭୟ କମ ରହିବ ।

Leave A Reply

Your email address will not be published.