ପୁରୀ ସେବାୟତଙ୍କୁ ମିଳିବ ଘର: ଘର ନିର୍ମାଣ ପାଇଁ ପରିବାର ପିଛା ୨ଲକ୍ଷ ଟଙ୍କା

0

ଭୁବନେଶ୍ୱର: ଅଗଷ୍ଟ ୨୬: ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ଆସିଲା ଖୁସି ଖବର । ସେବାୟତ ପରିବାରଙ୍କୁ ମିଳିବ ଘର । ଏଥିପାଇଁ ୮ ଏକର ଜମିର ବ୍ୟବସ୍ଥା ମଧ୍ୟ କରାଯାଇଛି । ପରିବାର ପିଛା ୬ଶହ ବର୍ଗଫୁଟ ଜମି ମିଳିବା ସହିତ ଘର ନିର୍ମାଣ କରିବା ପାଇଁ ପରିବାର ପିଛା ଦୁଇ ଲକ୍ଷ ଟଙ୍କା ମିଳିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଚାରି ଶହ ସେବାୟତ ପରିବାର ଏହି ଯୋଜନାରେ ଉପକୃତ ହେବେ । ଘର ପାଇବା ପାଇଁ ସେବାୟତମାନଙ୍କୁ ଆବେଦନ ପତ୍ର ଦାଖଲ କରିବାକୁ ପଡ଼ିବ । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ବୈଠକ ହୋଇଥିଲା । ବୈଠକରେ ସେବାୟତଙ୍କ ହିତ ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ସେହିପରି ଆସନ୍ତା ବର୍ଷ ଗଜପତି ଓ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ଗୁରୁକୁଳ ସୋସାଇଟି ଗଠନ ହେବ । ଏହି ସୋସାଇଟି ମାଧ୍ୟମରେ ଶ୍ରୀମନ୍ଦିର ଗୁରୁକୁଳ ସେବା ଆରମ୍ଭ ହେବ । ଏଥି ପାଇଁ ମାଟିତୋଟାରେ ୧୭ ଏକର ଜମି ମଧ୍ୟ ସ୍ଥିର କରାଯାଇଛି । ଏହାର ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆହୁରି ମଧ୍ୟ କହିଛନ୍ତି ଯେ, ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ରଥ ଚକ ମାଗଣାରେ ଉପଲବ୍ଧ ହେବ । ତେବେ କେଉଁ ବ୍ୟକ୍ତିବିଶେଷ ବା କମିଟିକୁ ରଥ ଚକା ଦିଆଯିବ ସେ ନେଇ ସବ୍‌କମିଟି ଲଟେରୀ ମାଧ୍ୟମରେ ଚୟନ କରିବେ ।

Leave A Reply

Your email address will not be published.