ପୁରୀରେ ହେବ ନାହିଁ ମଦ୍ୟ କୁଡ଼ିଆ ଯୋଜନା

ଭୁବନେଶ୍ୱର: ଜୁଲାଇ ୩୦: ହିନ୍ଦୁମାନଙ୍କ ଧାର୍ମିକ ସହର ତଥା ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ବେଳାଭୂମିରେ ମଦ୍ୟ କୁଡ଼ିଆ ଯୋଜନା ପ୍ରତ୍ୟାହାର ହୋଇଛି । ରାଜ୍ୟର ଅନେକ ଛୋଟ ବଡ଼ ସଙ୍ଗଠନ ଏହି ଯୋଜନାକୁ ତୀବ୍ର ପତିବାଦ କରି ପୁରୀ ଜିଲ୍ଲାପାଳଙ୍କୁ ଭେଟିଥିଲେ । ପରେ ସରକାର ଏହି ଯୋଜନାକୁ ବାତିଲ କରିବାକୁ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସାକ୍ସ (ମଦ କୁଡ଼ିଆ ଓ ରେଷ୍ଟୁରାଣ୍ଟ) ଯୋଜନା ପ୍ରତ୍ୟାହାର ହୋଇଥିଲା ।

ଅନ୍ୟପକ୍ଷେ ଧାର୍ମିକ ତଥା ଆଧ୍ୟାତ୍ମିକ ନଗରୀରେ ମଦ୍ୟପାନ ବ୍ୟବସ୍ଥାକୁ ବନ୍ଦ କରିବା ନେଇ ଶଙ୍କରାଚାର୍ଯ୍ୟଙ୍କ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ନିଜ ମତ ରଖିଥିଲେ ।

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ବା ଓଟିଡିସି ପକ୍ଷରୁ ସାକ୍ସ ଯୋଜନା ଅନ୍ତର୍ଗତେ ପୁରୀ ବେଳାଭୂମିରେ ଗୋଆ ବେଳାଭୂମି ତଥା ଦେଶବିଦେଶର ଅନେକ ସମୁଦ୍ରବେଳାଭୂମିରେ ପର୍ଯ୍ୟଟକଙ୍କୁ ଉପଲବ୍ଧ ହେଉଥିବା ଭଳି ମଦ୍ୟ କୁଡ଼ିଆ ଓ ରେଷ୍ଟୁରାଣ୍ଟ ଖୋଲିବା ପାଇଁ ଯୋଜନା ହୋଇଥିଲା । ଏହାସହ ରାଜ୍ୟର ୬ଟି ସମୁଦ୍ରକୂଳରେ ଏହି ଯୋଜନା ଆରମ୍ଭ ହୋଇଥାନ୍ତା । ଯେଉଁଠାରେ ସୁସ୍ୱାଦୁ ଆମିଷ ଖାଦ୍ୟ, ମୁ୍ୟଜିକ୍‌ ସାଙ୍ଗକୁ ମଦ୍ୟ ଓ ଅନ୍ୟ ମୃଦୁ ପାନୀୟର ସୁବିଧା ମିଳିଥାନ୍ତା ।

Comments are closed.