ପୁଣି ଥରେ ବିବାହ କଲେ ପ୍ରକାଶ ରାଜ

ଦିଲ୍ଲୀ: ଅଗଷ୍ଟ ୨୫: ଦକ୍ଷିଣ ଏବଂ ହିନ୍ଦୀ ଫିଲ୍ମର ବର୍ଷିଆନ ଅଭିନେତା ପ୍ରକାଶ ରାଜ ପୁଣି ଥରେ ବିବାହ କରିଛନ୍ତି । ସେ ବିବାହ ଆଉ କାହାକୁ କରିନାହାନ୍ତି ବରଂ ନିଜ ପତ୍ନୀ ପୋନୀ ବର୍ମାଙ୍କୁ ହିଁ ସେ ଆଉ ଥରେ ବିବାହ କରିଛନ୍ତି । ପ୍ରକାଶ ରାଜ ୨୦୧୦ରେ ପୋନୀଙ୍କୁ ବିବାହ କରିଥିଲେ । ବିବାହର ୧୧ ବର୍ଷ ପୂର୍ତ୍ତି ଅବସରରେ ପିଲାଙ୍କ ଇଚ୍ଛା ଅନୁସାରେ ପ୍ରକାଶ ଏବଂ ପୋନୀ ବୈଦିକ ରୀତିନୀତିରେ ପୁଣି ବିବାହ କରିଛନ୍ତି । ପ୍ରକାଶ ତାଙ୍କ ବିବାହ ସମୟର କିଛି ଫଟୋ ଟ୍ୱିଟରରେ ସେୟାର କରି ଦ୍ୱିତୀୟ ବିବାହ ସମ୍ପର୍କରେ ଜଣାଇଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ବୟସରେ ପୋନୀ ବର୍ମା ପ୍ରକାଶଙ୍କଠାରୁ ୧୩ ବର୍ଷ ସାନ । ପୋନୀ ବର୍ମା ପେଶାରେ ଜଣେ କୋରିଓଗ୍ରାଫର । ଏହାପୂର୍ବରୁ ବର୍ଷ ୧୯୯୪ରେ ପ୍ରକାଶ ଅଭିନେତ୍ରୀ ଲଳିତା କୁମାରୀଙ୍କୁ ବିବାହ କରିଥିଲେ । ସିଂଘମ ଏବଂ ୱାଣ୍ଟେଡ୍‌ ପରି ଫିଲ୍ମରେ ଖଳନାୟକ ହୋଇଥିବା ପ୍ରକାଶ ରାଜଙ୍କ ଅଭିନୟକୁ ସିନେପ୍ରେମୀମାନେ ଖୁବ ପସନ୍ଦ କରିଥିଲେ ।

Comments are closed.