ପୁଅ ଅର୍ଜୁନଙ୍କଚୁଳ କାଟିଲେ ସଚିନ

Edited by Shakti Prakash Nanda

ନୂଆଦିଲ୍ଲୀ : May 19: ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ଚୁଳ କାଟିବା ଭିଡିଓ ସେୟାର କରିଛନ୍ତି କି୍ରକେଟ୍‌ ଭଗବାନ ସଚିନ । କିଛିଦିନ ପୂର୍ବେ ସଚିନ ନିଜେ ଚୁଳ କାଟୁଥିବା ଫଟୋ ସାମ୍ନାକୁ ଆସିଥିଲା । ଏବେ ପୁଅର ଚୁଳ କାଟିବା ଭିଡିଓ ନିଜେ ସଚିନ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଝିଅ ସାରାଙ୍କ ସହାୟତାରେ ସଚିନ ପୁଅ ଅର୍ଜୁନର ଚୁଳ କାଟୁଥିବା ଦେଖିବାକୁ ମିଳିଛି । ତେନ୍ଦୁଲକର ଏହି ଭିଡିଓ ସେୟାର୍‌ କରି କ୍ୟାପ୍‌ସନ୍‌ ଲେଖିଛନ୍ତି ଯେ, ‘ଜଣେ ବାପା ଭାବେ ତୁମ ପିଲାମାନଙ୍କ ପାଇଁ ଅନେକ କିଛି କରିବାକୁ ପଡ଼ିବ ।’ ପିଲାଙ୍କ ସହିତ ଖେଳିବା, ଜିମ୍‌ କିମ୍ବା କେଶ କାଟିବା ଆଦି କରିବାକୁ ପଡ଼ିଥାଏ । ମୋ ସେଲୁନ୍‌ର ସହାୟକ ଝିଅ ସାରାକୁ ବିଶେଷ ଧନ୍ୟବାଦ ଜଣାଉଛି । ସଚିନଙ୍କ ଭିଡିଓକୁ ଇଂଲଣ୍ଡର ମହିଳା କି୍ରକେଟର ଡାନିଏଲ୍‌ କମେଣ୍ଟ କରିଛନ୍ତି । ସେ ଅର୍ଜୁନଙ୍କ ପାଇଁ ଏକ ବାର୍ତ୍ତା ଲେଖିଛନ୍ତି ଯେ, ତୁମେ ବି ବାପାଙ୍କ ଚୁଳ କାଟିଦିଅ । ଅର୍ଜ୍ଜୁନ ସୋସିଆଲ୍‌ ମିଡିଆରେ ଡାନିଏଲ୍‌ଙ୍କୁ ପ୍ରିୟ ମହିଳା କି୍ରକେଟର୍‌ ଭାବେ ବର୍ଣ୍ଣନା କରିଥିଲେ । ସଚିନ ଏକ ସାକ୍ଷାତକାରରେ ଗାଭାସ୍କରଙ୍କ ସହ ବ୍ୟାଟିଂ କରିବାର ସୁଯୋଗ ପାଇ ନଥିବାରୁ ଦୁଃଖିତ ବୋଲି କହିଥିଲେ । ଭିଭିଆନ୍‌ ରିଚାର୍ଡ୍ସଙ୍କ ବିପକ୍ଷରେ ମଧ୍ୟ ଖେଳିନାହିଁ ବୋଲି କହିଥିଲେ । ସଚିନ ପିଲାଦିନୁ ଗାଭାସ୍କରଙ୍କୁ ଆଦର୍ଶ ବୋଲି ଭାବୁଥିଲେ । ଭିଭିଆନ୍‌ଙ୍କୁ ସର୍ବଦା ମହାନ୍‌ ଖେଳାଳି ବୋଲି ବିବେଚନା କରୁଥିଲେ । ଯଦିଓ ସଚିନ୍‌ କହିଛନ୍ତି ଯେ, ଭିଭିଆନ୍‌ଙ୍କ ସହ କାଉଣ୍ଟି କ୍ରିକେଟ୍‌ ଖେଳିବାର ସୁଯୋଗ ଥିଲା । କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳି ନଥିବାରୁ ଦୁଃଖ ଲାଗୁଛି । ସଚିନ ୨୦୧୩ରେ ଟେଷ୍ଟ କ୍ରିକେଟ୍‌ରୁ ବିଦାୟ ନେଇଥିଲେ । ସେ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଶତକରେ ଶତକ ହାସଲ କରିଛନ୍ତି ।

Comments are closed.