ପିଲାମାନଙ୍କ କରୋନା ସଂକ୍ରମଣ ନେଇ ରାଜ୍ୟବାସୀ ଭୟଭୀତ ହୁଅନ୍ତୁ ନାହିଁ

ଭୁନେଶ୍ୱର: ଅଗଷ୍ଟ ୧୯: ରାଜ୍ୟରେ ବର୍ତ୍ତମାନ ୧୮ ବର୍ଷ ବୟସରୁ କମ୍‌ ପିଲାମାନେ କରୋନା ସଂକ୍ରମିତ ହେଉଛି । ଏନେଇ ରାଜ୍ୟବାସୀ ଭୟଭୀତ ହୁଅନ୍ତୁ ନାହିଁ ବୋଲି ଡିଏମ୍‌ଇଟି (ଡାଇରୋକେଫାରେଟ୍‌ ଅଫ୍‌ ମେଡିକାଲ ଏଜୁକେସନ ଆଣ୍ଡ ଟ୍ରେନିଂ)ର ମୁଖ୍ୟ ସିବିକେ ମହାନ୍ତି କହିଛନ୍ତି । ରାଜ୍ୟରେ କରୋନା ସଂକ୍ରମିତ ପିଲାମାନଙ୍କ ଚିକିସିା ପାଇଁ ପର୍ଯ୍ୟାପ୍ତ ପରିମାଣରେ ବେଡ୍‌ ରହିବା ସହିତ ଆବଶ୍ୟକୀୟ ସାମଗ୍ରୀ ଓ ଆଇସିୟୁ ବୃଦ୍ଧି କରାଯାଇଛି । ଏହାସହ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ପିଲାମାନଙ୍କ ଉନ୍ନତ ଚିକିତ୍ସା ପାଇଁ ରାଜ୍ୟରେ ୩୦୦୦ ବେଡ୍‌ ବୃଦ୍ଧି କରିଛନ୍ତି । ଏହିପରିକି ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଖୋଲା ଯିବାର ଯୋଜନା ମଧ୍ୟ କରାଯାଉଛି ।
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଏବେ ପ୍ରତିଦିନ ୧୦୦ରୁ ଅଧିକ ପିଲା କରୋନାରେ ସଂକ୍ରମିତ ହେଉଛନ୍ତି । ପିଲାମାନଙ୍କ ମଧ୍ୟରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଆମକୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ସମସ୍ତ ବ୍ୟବସ୍ଥା କରାଯାଉଛି । ସରକାର ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଛନ୍ତି ।

Comments are closed.