ପଶୁଙ୍କ ପାଇଁ ଜୀବନ ବାଜି

0

ଦିଲ୍ଲୀ: ଅଗଷ୍ଟ ୨୬: ଆଜିକାଲି ସମସ୍ତେ ଚାହୁଁଛନ୍ତି କିଭଳି ଆଫଗାନ୍‌ ଛାଡିବେ । ସମସ୍ତ ଦେଶର ସରକାର ମଧ୍ୟ ଏଥିପ୍ରତି ସଚେତନ ହୋଇ ନିଜନିଜର ଦେଶବାସୀଙ୍କୁ ଫେରାଇ ଆଣିବାରେ ଲାଗିଛନ୍ତି । ହେଲେ ସେଠାରେ ଏଭଳି ଜଣେ ମଣିଷ ଅଛନ୍ତି ଯିଏ ଆଫଗାନରୁ ଫେରିବାକୁ ଚାହୁନାହାନ୍ତି । ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ ଏଭଳି କିଏ ଯିଏ ବର୍ତ୍ତମାନର ପରିସ୍ଥିତିରେ ଆଫଗାନ ଛାଡିବାକୁ ଚାହୁନି । ୟୁକେର ପୂର୍ବତନ ରୟାଲ ମରାଇନ୍‌ରେ କାର୍ଯ୍ୟରତ ପୌଲ ଆଫଗାନିସ୍ତାନ ଛାଡିବାକୁ ନାରାଜ, ତେବେ ଏହା ପଛରେ ରହିଛି ଏକ ମହତ କାରଣ । ପୌଲ ସେଠାରେ ଏକ ପଶୁ ବାସଗୃହର ପ୍ରତିଷ୍ଠା କରିଛନ୍ତି । ଅନେକ ଦିନ ଧରି ସେନାରେ କାମକରିବା ପରେ ସେ ଆଫଗାନିସ୍ତାନ ଆସିଥଲେ । ଏଠାରେ ସେ ଏକ ପଶୁ ବାସଗୃହର ପ୍ରତିଷ୍ଠା କରିଛନ୍ତି । ଯେଉଁଥିରେ ଶତାଧିକ ସଂଖ୍ୟାରେ କୁକୁର, ବିଲେଇ ଓ ଗଧ ରହୁଛନ୍ତି । ତେବେ ବର୍ତ୍ତମାନ ସେଠାରେ ତାଲିବାନୀ ଶାସନ ଲାଗୁ ହେବାପରେ ପୌଲଙ୍କ ପାଇଁ ନିଜ ପଶୁ ବାସଗୃହର ସୁରକ୍ଷା ଏକ ସମସ୍ୟା ଭାବେ ଉଭା ହୋଇଛି । ପୌଲ ସେମାନଙ୍କୁ ଏକା ଛାଡିବାକୁ ନାରାଜ । ସେଠାରେ ସେବାଗୃହ କାର୍ଯ୍ୟରେ ଅନେକ କର୍ମଚାରୀ ମଧ୍ୟ ଅଛନ୍ତି । ସେମାନଙ୍କୁ ମଧ୍ୟ ସୁରକ୍ଷା ଦେବା ଆବଶ୍ୟକ ହୋଇପଡିଛି । ଯେଉଁଥିପାଇଁ ପୌଲ ଆଫଗାନ ଛାଡୁନାହାନ୍ତି । ବର୍ତ୍ତମାନ ଚାରିଆଡେ ହିଂସାର ପରିସ୍ଥିତି ଲାଗିରହିଥିବା ବେଳେ ପୌଲ ମାନବିକତାର ନିଦର୍ଶନ କରିଛନ୍ତି । ଗତଥର ତାଲିବାନୀ ଶାସନ ସମୟରେ ସେମାନେ ପଶୁ ପାଳନ ଉପରେ ରୋକ ଲଗାଇଥିଲେ । ତେଣୁ ସେମାନେ ବର୍ତ୍ତମାନ ପଶୁଙ୍କ ଅବସ୍ଥା କଣ କରିବେ ସେ ନେଇ କିଛି କଳ୍ପନା କରିହେଉନାହିଁ । ତେଣୁ ପୌଲ ପାଳିଥିବା ପଶୁଙ୍କୁ ଏକା ଛାଡିବା ସୁରକ୍ଷିତ ମଣୁନାହାନ୍ତି । ତେବେ ୟୁକେ ସରକାର ତାଙ୍କ ସହିତ ପ୍ରାୟ ୬୮ଜଣଙ୍କୁ ଭିସା ପ୍ରଦାନ କରିଛନ୍ତି । ହେଲେ ସବୁଠାରୁ ସମସ୍ୟା ହେଲା ସେହି ପଶୁଙ୍କୁ ଉଦ୍ଧାର କରିବା । ତେବେ ପୌଲଙ୍କର କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ତାଙ୍କୁ ଅନେକ ସ୍ଥାନରୁ ସାହାଯ୍ୟ ମିଳିବା ଆରମ୍ଭ ହୋଇଛି ।

Leave A Reply

Your email address will not be published.