ପଥର ମାଡ଼ରେ ନକ୍ସଲ ମୃତ

ମାଲକାନଗିରି : ଗ୍ରାମବାସୀଙ୍କ ପଥର ମାଡ଼ରେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିବ ସହିତ ଆଉ ଜଣେ ନକ୍ସଲ ଗୁରୁତର ଆହତ ହୋଇଛନ୍ତି । ଏମିତି ଘଟଣା ଘଟିଛି ମାଲାକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ । ରବିବାର ସ୍ୱାଭିମାନ ଅଞ୍ଚଳର ଜନ୍ତୁରାଇ ଗାଁକୁ ନକ୍ସଲମାନେ ଆସି ଉନ୍ନୟନମୂଳକ କାର୍ଯ୍ୟକୁ ବିରୋଧ କରିବାକୁ ଗାଁ ଲୋକଙ୍କୁ କହିଥିଲେ। ହେଲେ ଗାଁଲୋକେ ନକ୍ସଲଙ୍କୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ନକ୍ସଲମାନେ ଗୁଳି ଚାଳନା କରିବାରୁ ଗାଁ ଲୋକେ ଟେକା ପଥର ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ନକ୍ସଲଙ୍କ ଉପରକୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗାଁ ଲୋକେ ଉଭୟ ମୃତ ଓ ଗୁରୁତର ନକ୍ସଲଙ୍କୁ  ହାନ୍ତାଳଗୁଡ଼ା ବିଏସ୍‌ଏଫ୍‌ କ୍ୟାମ୍ପରେ  ହସ୍ତାନ୍ତର କରିଛନ୍ତି।

କିଛିଦିନ ତଳେ ଜନ୍ତୁରାଇକୁ ରାସ୍ତା ସଂଯୋଗୀକରଣ ହୋଇଥିଲା। ଯାହାକୁ ନକ୍ସଲମାନେ କଡ଼ା ବିରୋଧ କରିଥିଲେ। ସ୍ୱାଭିମାନ ଅଞ୍ଚଳରେ ଗାଁଲୋକ ନକ୍ସଲଙ୍କୁ ଆକ୍ରମଣ କରିବା ପ୍ରଥମ ଘଟଣା ଘଟିଛି।

Launching Ceremony of “AYUSHMAN BHARAT

Comments are closed.