ନୂଆଦିଲ୍ଲୀରୁ କଡ଼ା ଧମକ; ଭାରତୀୟ ହାଇକମିଶନ କର୍ମଚାରୀଙ୍କୁ ଛାଡ଼ିଲା ପାକିସ୍ତାନ

0

ଭୁବନେଶ୍ୱର: ଜୁନ ୧୫:ଭାରତର କଡ଼ା ଧମକ ପରେ ପାକିସ୍ତାନ ମୁଣ୍ଡ ନୁଆଇଁଛି ପାକିସ୍ତାନ । ବାଧ୍ୟହୋଇ ଗିରଫ କରିଥିବା ଭାରତୀୟ ହାଇ କମିଶନର ଦୁଇ କର୍ମଚାରୀଙ୍କୁ ମୁକ୍ତ କରିଛି । ସେମାନଙ୍କ କାରକୁ ମଧ୍ୟ ଛାଡ଼ିଦେଇଛି ଇସ୍‌ଲାମାବାଦ ପୁଲିସ । ଏହା ପରେ ହାଇକମିଶନ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ସୋମବାର ସକାଳେ ଭାରତୀୟ ହାଇ କମିଶନର ଦୁଇ ଅଧିକାରୀ ବାହାରକୁ ଯାଇ ଆଉ ଫେରିନଥିଲେ । ପରେ ସେମାନଙ୍କୁ ଇସଲାମାବାଦ ପୁଲିସ ଗରିଫ କରିଥିବା ଜଣାପଡ଼ିଥିଲା । ଏହି ଗିରଫ ଖବର ମିଳିବା ପରେ ଭାରତ ପକ୍ଷରୁ ତୁରନ୍ତ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନର ମୁଖ୍ୟ ସୟଦ ହାଇଦର ଶାହାଙ୍କୁ ଡକାଇ କଡ଼ା ପ୍ରତିବାଦ କରାଯାଇଥିଲା । ପାକିସ୍ତାନ ଯଦି ତାର ଆଭିମୁଖ୍ୟ ନବଦଳାଏ ଭାରତ ମଧ୍ୟ ଅନୁରୂପ ପଦକ୍ଷେପ ନେବ ବୋଲି ପରୋକ୍ଷରେ ଚେତାବନୀ ଦେବା ପରେ ପାକିସ୍ତାନ ସେମାନଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଛି । ଅପରପକ୍ଷରେ ଏକ ଗାଡ଼ି ଦୁର୍ଘଟଣା ମାମଲାରେ ସେମାନଙ୍କୁ ଗିରଫ କରାଯାଇଥିବା ପାକିସ୍ତାନି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ।

Leave A Reply

Your email address will not be published.