ନିର୍ମଳାଙ୍କ ଚୁଡାନ୍ତ ଘୋଷଣା: ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୫ ହଜାର କୋଟି, ର୍ନିମାଣ ଶ୍ରମିକ ୩୯୫୦ କୋଟି, ମନେରଗା ୬୧ ହଜାର କୋଟି

Edited by Papu Mohanty

ଭୁବନେଶ୍ୱର : May 17: ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଯୋଜନାର ଚୁଡାନ୍ତ ପ୍ୟାକେଜ୍‌ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୭ଟି ବିଭାଗରେ ରହିଥିଲା ନିର୍ମଳାଙ୍କ ଘୋଷଣା ମୁଖ୍ୟତଃ ୭ଟି ବିଭାଗ ଉପରେ ପର୍ଯ୍ୟବେଶିତ ରହିଛି । ଏଗୁଡ଼ିକ ମଧ୍ୟରେ ସ୍ୱାସ୍ଥ୍ୟ, ମନେରଗା ଶିକ୍ଷା , ମହିଳା , କୃଷକ, ଉଜ୍ୱଲା ଏବଂ ନିର୍ମାଣ ଶ୍ରମିକ ପାଇଁ ୧୫ ହଜାର କୋଟିର ଘୋଷଣା କରିଛନ୍ତି ନିର୍ମଳା । ଏଣିକି ବ୍ଲକ ସ୍ତରରେ ସ୍ଥାପନ ହେବ ପରୀକ୍ଷା ଲ୍ୟାବ୍‌ । ସାଧାରଣ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ ଓ କ୍ରିୟାଶୀଳ କରାଯିବ । ସାରା ଦେଶରେ ଲ୍ୟାବ ନେଟୱର୍କକୁ ଅଧିକ ସୁଦୃଢ କରାଯିବାକୁ କେନ୍ଦ୍ର ସରକାର ଯୋଜନା କରିଥିବା କହିଛନ୍ତି ନିର୍ମଳା । ବର୍ତ୍ତମାନ ପ୍ରବାସୀ ଶ୍ରମିକଙ୍କୁ ନିଜ ଘର ପାଖରେ କାମ ଯୋଗାଇ ଦେବାକୁ ଯୋଜନା କରାଯାଇଛି । ଏହି କ୍ରମରେ ମନରେଗାରେ ୪୦ ହଜାର କୋଟିର ନିବେଶ ହେବ । ଫଳରେ ପ୍ରବାସୀ ଶ୍ରମିକ ଯେଉଁମାନେ ଘରକୁ ଫେରିଛନ୍ତି ସମସ୍ତଙ୍କୁ କାମ ମିଳିପାରିବ । ନିର୍ମଳା କୃଷି କ୍ଷେତ୍ର ପାଇଁ ୧୧ ସୂତ୍ରୀ ଘୋଷଣା କରାଯାଇଛି ।

Comments are closed.