ନିର୍ଭୟା ଦଣ୍ଡିତଙ୍କୁ ଶେଷ ଇଚ୍ଛା ପଚାରିଲେ ଜେଲ କର୍ତ୍ତୃପକ୍ଷ

ଦିଲ୍ଲୀ: ୨୦୧୨ର ନିର୍ଭୟା କାଣ୍ଡର ୪ ଅଭିଯୁକ୍ତଙ୍କୁ ଆସନ୍ତା ଫେବୃୟାରୀ ମାସ ୧ ତାରିଖରେ ଫାଶୀ ଦିଆଯିବ । ସେମାନେ ଏବେ ତିହାର ଜେଲରେ ମୃତ୍ୟୁର ଦିନ ଗଣୁଥିବାବେଳେ, ଜେଲ କର୍ତ୍ତୃପକ୍ଷ ସେମାନଙ୍କୁ ତାଙ୍କର ଶେଷ ଇଚ୍ଛା ସମ୍ବନ୍ଧରେ ପଚାରିଛନ୍ତି । ଫାଶୀ ଦଣ୍ଡାଦେଶ ଅଭିଯୁକ୍ତଙ୍କୁ ୭ଦିନ ମଧ୍ୟରେ ଫାଶୀ ଦିଆଯିବାକୁ ସମୟ ନିର୍ଦ୍ଧାରଣ କରିବା ନେଇ ଗୃହ ମନ୍ତ୍ରଣାଳୟ ସୁପ୍ରିମକୋର୍ଟକୁ ଯିବା ପରେ ଜେଲ କର୍ତ୍ତୃପକ୍ଷ ଏଭଳି ତତ୍ପରତା ଦେଖାଇଥିବା ଜଣାଯାଇଛି । କ୍ୟୁରେଟିଭ ଓ ମର୍ସି ପିଟିସନ ଯୋଗୁଁ ଫାଶୀ ବିଳମ୍ବିତ ହେଉଥିବା ଯୋଗୁଁ ମନ୍ତ୍ରଣାଳୟ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଦୋଷୀମାନେ ଘଟଣା ଘଟାଇଥିବା ସମୟରେ ନାବାଳକ ଥିବା ଦର୍ଶାଇ ଦିଲ୍ଲୀ ହାଇକୋର୍ଟର ଦଣ୍ଡାଦେଶକୁ ସୁପ୍ରିମକୋର୍ଟରେ କରାଯାଇଥିବା ଚ୍ୟାଲେଞ୍ଜକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଥିଲେ । ଏହିସବୁ ପିଟିସନ୍ ଯୋଗୁଁ ଜାନୁୟାରୀ ୨୨ରେ ଦିଆଯିବାକୁ ଥିବା ଫାଶୀ ଦିନ ଘୁଞ୍ଚାଇ ଦିଲ୍ଲୀ ହାଇକୋର୍ଟ ଫେବୃୟାରୀ ୧ ତାରିଖରେ ଫାଶୀ ଦେବାକୁ ପୁଣି ଥରେ ଫାଶୀ ଦଣ୍ଡାଦେଶର ରାୟ ପ୍ରକାଶ କରିଛନ୍ତି ।
୨୦୧୨ ମସିହା ଡିସେମ୍ବର ମାସ ୧୬ ତାରିଖ ରାତିରେ ୬ଜଣ ୨୩ବର୍ଷୀୟ ପାରାମେଡିକାଲ ଛାତ୍ରୀ(ନିର୍ଭୟା)ଙ୍କୁ ଅମାନୁଷିକଭାବେ ଗଣ ବଳାତ୍କାର କରିବା ପରେ ଚଳନ୍ତା ବସ୍ରୁ ରାସ୍ତାକୁ ଫିଙ୍ଗି ଦେଇଥିଲେ ।

Comments are closed.