ନିର୍ଭୟା ଘଟଣା : ବଞ୍ଚିବାକୁ ରାହା ଖୋଜୁଛି ବିନୟ

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତ ବିନୟ ମିଶ୍ର ଗୁରୁବାର ସୁପ୍ରିମକୋର୍ଟରେ ଏକ କ୍ୟୁରେଟିଭ ପିଟିସନ ଦାଖଲ କରିଛନ୍ତି । ଫାଶୀ ଦିଆ ଯିବାର ତାରିଖ ଘୋଷଣାପରେ ଅଭିଯୁକ୍ତମାନେ ଫାଶୀର ଦିନକୁ ବିଳମ୍ବ କରିବାକୁ ଏଭଳି ପିଟିସନ କରୁଥିବା କୁହାଯାଉଛି ।

ସୂଚନାମୁତାବକ, ଗତ ମଙ୍ଗବାର ଦିନ ୪ ଅଭିଯୁକ୍ତଙ୍କୁ ପଟିୟାଲା ହାଉସ୍‌ କୋର୍ଟ ଡେଥ୍‌ ଓ୍ୱାରେଣ୍ଟ ଜାରି କରିଥିଲେ । ଡେଥ୍ ଓ୍ୱାରେଣ୍ଟ ଅନୁସାରେ ଅଭିଯୁକ୍ତମାନଙ୍କୁ ୨୨ ଜାନୁଆରୀର ସକାଳ ୭ ଟାରେ ଫାଶୀ ଘୁଣ୍ଟରେ ଝୁଲାଯିବ । କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଅଭିଯୁକ୍ତଙ୍କ ଓକିଲ ଏପି ସିଂହ କହିଥିଲେ ଯେ, ସୁପ୍ରିମ କୋର୍ଟରେ ଏହା ବିରୋଧରେ କ୍ୟୁରେଟିଭ୍‌ ପିଟିସନ୍‌ ଆବେଦନ କରାଯିବ । ଡେଥ୍‌ ଓ୍ୱାରେଣ୍ଟ ଜାରି କରିବା ସମୟରେ ପଟିୟାଲା ହାଉସ୍ କୋର୍ଟ ଏହି କ୍ୟୁରେଟିଭ୍‌ ପିଟିସସନ୍‌ ପାଇଁ ୪ ଅଭିଯୁକ୍ତଙ୍କୁ ୭ ଦିନ ସମୟ ଦେଇଥିଲେ । ଯଦି ୧୪ ଦିନ ମଧ୍ୟରେ ଏହା ବିଷୟରେ ନିଷ୍ପତ୍ତି ନ ଆସେ ତାହାହେଲେ ଫାଶୀ ସୁନିଶ୍ଚିତ ।

Comments are closed.