ନିରଞ୍ଜନଙ୍କ ପ୍ରଶ୍ନ; ୨୦ ଲକ୍ଷ କୋଟିର ପ୍ୟାକେଜ ପାଇଁ କେଉଁଠୁ ଆସିବ ଟଙ୍କା

By Papu Mohanty

ଭୁବନେଶ୍ୱର : May 13: ପ୍ରଧାନମନ୍ତ୍ରୀ ମୋଦି ୨୦ ଲକ୍ଷ କୋଟିର ଯେଉଁ ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି ସେଥିପାଇଁ ଟଙ୍କା କୋଉଠୁ ଆସିବ ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଘୋଷଣା ହୋଇଥିବା ୨୦ ଲକ୍ଷ କୋଟି ଟଙ୍କା ବଜେଟରୁ ଆସିବ ନା ଅନ୍ୟ କେଉଁଠୁ ଆସିବ ? ଏହାସହ ମୋଦିଙ୍କ ସ୍ଥାନୀୟ ଉତ୍ପାଦ ବ୍ୟବହାର ନିବେଦନ କିଛି ନୂଆ କଥା ନୁହେଁ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ । ପୂର୍ବରୁ ଏନେଇ ମହାତ୍ମା ଗାନ୍ଧି ଡାକରା ଦେଇଛନ୍ତି । ବିଦେଶୀ ଜିନିଷକୁ ବନ୍ଦ କଲେ ଆମ ଉତ୍ପାଦିତ ସାମଗ୍ରୀର ଚାହିଦା ବଢ଼ିବ । ଏନେଇ ମୋଦି କଣ ନିଷ୍ପତ୍ତି ନେଇପାରିବେ ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ । ତେବେ ପ୍ୟାକେଜରେ ଗରିବ, ଚାଷୀ ଓ ମଧ୍ୟବିତ୍ତଙ୍କ ସୁବିଧା ପାଇଁ ଥିବା ଆଶା ଥିବା ନିରଞ୍ଜନ କହିଛନ୍ତି । 

Comments are closed.