ନିଜର ପ୍ରଥମ ଚିତ୍ର ବିକ୍ରି କଲେ ସୋନାକ୍ଷୀ

ଦିଲ୍ଲୀ : ଅଗଷ୍ଟ ୬: ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବର୍ତ୍ତମାନ ଅଭିନୟ ଅପେକ୍ଷା ଚିତ୍ରକଳା ପ୍ରତି ବେଶୀ ଆକର୍ଷିକ ହେଉଛନ୍ତି । ସେ ନିକଟରେ ନିଜର ଏକ ପ୍ରସ୍ତୁତ ଚିତ୍ର ବିକ୍ରି କରିଛନ୍ତି । ଆକ୍ରାଲିକ୍‌ ରଙ୍ଗରେ ପ୍ରସ୍ତୁତ କରିଥିବା ଭଗବାନ ଗଣେଶଙ୍କ ଚିତ୍ରର ନାମ ସେ ‘ଅନାୟ’ ରଖିଥିଲେ । ସେହି ଚିତ୍ର କରିବାକୁ ତାଙ୍କୁ ତିନି ଦିନ ସମୟ ଲାଗିଥିଲା । ଅଭିନୟ ଦୁନିଆ ସହିତ ସେ ଚିତ୍ରକଳା ଦୁନିଆରେ ନିଜ ନାମ କରିବେ ବୋଲି ସୋନାକ୍ଷୀ କହିଛନ୍ତି । ଲକ୍‌ଡାଉନ ଅବଧି ସମୟରେ ସେ ଚିତ୍ରକଳା ପ୍ରତି ମନ ବଳାଇଥିଲେ । ସେହି ସମୟରେ ସେ ବିଭିନ୍ନ ଚିତ୍ର କରି ସୋସିଆଲ ମିଡିଆରେ ସେୟାର କରୁଥିଲେ ।
ଅନ୍ୟଖବର ଅନୁସାରେ, ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଭୁଜ୍‌: ଦ ପ୍ରାଇଡ ଅଫ ଇଣ୍ଡିଆ’ରେ ସୋନାକ୍ଷୀ ନଜର ଆସିବେ । ଅଭିନେତା ସଞ୍ଜୟ ଦତ୍ତ ଏବଂ ଅଭିନେତ୍ରୀ ନୋରା ଫତେହିଙ୍କ ଅଭିନୀତ ଅନ୍ୟ ଏକ ଫିଲ୍ମରେ ମଧ୍ୟ ସୋନାକ୍ଷୀ ନଜର ଆସିବେ । ଫିଲ୍ମ ବ୍ୟତୀତ ସେ ପ୍ରଥମ ଥର ପାଇଁ ‘ଫଲେନ’ େୱବ ସିରିଜରେ କାମ କରୁଛନ୍ତି । ସେହି ସିରିଜରେ ସେ ଜଣେ ପୋଲିସ ଭୂମିକାରେ ଦେଖାଦେବେ । ଅନ୍ୟ ଏକ େୱବ ସିରିଜ ‘ବୁଲବୁଲ ତରଙ୍ଗ’ରେ ମଧ୍ୟ ଦର୍ଶକ ତାଙ୍କୁ ଦେଖିବାକୁ ପାଇବେ ।

Comments are closed.