ନାବାଳିକାଙ୍କୁ ବଳାତ୍କାର କଲେ ୩୦ ଜଣ

ଇସ୍ରାଏଲ୍‌ର ଦକ୍ଷିଣବର୍ତ୍ତୀ ସହର ଏଲାତସ୍ଥିତ ଏକ ହୋଟେଲରେ ଜଣେ ୧୬ ବର୍ଷୀୟା ବାଳିକାକୁ ୩୦ରୁ ଅଧିକ ଲୋକ ଗଣବଳାତ୍କାର କରିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସନ୍ଦିU ବ୍ୟକ୍ତିମାନେ ଏହାକୁ ଅସ୍ୱୀକାର କରିଥିବା ବେଳେ ଅଭିଯୋଗ ହୋଇଛି ଯେ ଝିଅଟିକୁ ନିଶା ଦେଇ ବେହୋସ କରିବା ପରେ ବଳାତ୍କାର କରାଯାଇଥିଲା । ପ୍ରଧାନମନ୍ତ୍ରୀ ନେତାନ୍ୟାୟୁ ଦୋଷୀମାନଙ୍କୁ ନିଶ୍ଚିତ ଦଣ୍ଡ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଚଳିତମାସ ୧୪ ତାରିଖ ଦିନ ପୀଡ଼ିତାଙ୍କ ପକ୍ଷରୁ ଅଭିଯୋଗ ମିଳିଥିଲା । ଇସ୍ରାଏଲୀ ମିଡିଆ ରିପୋର୍ଟରୁ ଜଣାଯାଏ ଚଳିତମାସ ପ୍ରଥମ ସପ୍ତାହରେ ପୀଡ଼ିତା ତାଙ୍କ ସାଙ୍ଗସାଥୀଙ୍କ ସହ ଲୋହିତସାଗର ତଟବର୍ତ୍ତୀ ସହର ଏଲାତ ଯାଇଥିଲେ । ସେଠାରେ କେତେକ ସାଙ୍ଗଙ୍କ ପରିଚିତ ବ୍ୟକ୍ତିମାନଙ୍କ ସହ ଆଳାପ ଆଲୋଚନା ହୋଇଥିଲା । ସମସ୍ତେ ଏକାଠି ମଦ୍ୟପାନ ପାଇଁ ବାହାରକୁ ଯାଇ ପୁଣି ହୋଟେଲକୁ ଫେରିଆସିଥିଲେ । ହୋଟେଲକୁ ଆସିବା ପରେ ପୀଡ଼ିତା ନିଶାଗ୍ରସ୍ତ ଅବସ୍ଥାରେ ବାଥ୍‌ରୁମ୍‌କୁ ଯାଇଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ହୋଟେଲ ରୁମ୍‌ ଭିତରକୁ ଅନୁପ୍ରବେଶ କରିଥିଲେ । ସମସ୍ତେ ଜଣ ଜଣ କରି ପୀଡ଼ିତାଙ୍କୁ ବଳାତ୍କାର କରିଥିଲେ । ଦୁଇଜଣଙ୍କୁ ସନ୍ଦେହରେ ଗିରଫ କରାଯାଇଛି । ସେମାନଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ । ଅଭିଯୁକ୍ତମାନେ ସମସ୍ତେ ଇସ୍ରାଏଲୀ ନାଗରିକ, ପ୍ରତ୍ୟେକଙ୍କ ବୟସ ପାଖାପାଖି ୨୦ । ସେମାନେ ମୋବାଇଲ୍‌ ଫୋନ୍‌ରେ ଗଣ ଦୁଷ୍କର୍ମର ଭିଡିଓ ରେକର୍ଡିଂ ମଧ୍ୟ କରିଥିଲେ ।

Comments are closed.