ନାବାଳିକାକୁ ଜେଜେ ଅପହରଣ କରିଥିବାନେଇ ଅଭିଯୋଗ

କେନ୍ଦ୍ରପଡା : ଜୋର ଜବରଦସ୍ତ ଜଣେ ନାବାଳିକାକୁ ତାର ଜଣେ ସମ୍ପର୍କୀୟ ଜେଜେ ଉଠାଇ ନେଇ ରାତିସାରା ବୁଲେରୋରେ ବୁଲାଇ ବୁଲାଇ ସକାଳୁ ଗାଁ ମୁଣ୍ଡରେ ଛାଡି ଦେଇ ଚାଲିଥିବା ନେଇ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ଫାଣ୍ଡି ଅଂଚଳର ଜଣେ ନାବାଳିକା ନିଜ ମାମୁଁ ଘରକୁ ଯାଉଥିବାବେଳେ ତାଙ୍କର ଜଣେ ସଂପର୍କୀୟ ଜେଜେ ଶିଶିର ନାୟକ ତାଙ୍କୁ ଏକ ବୋଲେରୋ ଗାଡିରେ ଯିବାକୁ ଡାକିଥିଲେ । ମାତ୍ର ନାବାଳିକା ଜଣକ ମନା କରିବାରୁ ଶିଶିର ଜୋରଜବରଦସ୍ତ ତାଙ୍କୁ ଗାଡିରେ ନେଇଯାଇଥିଲେ । ଶିଶିର ଓ ତାଙ୍କର ସାଙ୍ଗମାନେ ନାବାଳିକାକୁ ସାରାରାତି ବୁଲାଇବା ପରେ ଭୋର ୪ଟାରେ ଗାଁ ନିକଟରେ ଛାଡି ଯାଇଥିଲେ । ଏ ନେଇ ବାଳିକା ଜଣକ ଘରେ ଜଣାଇବା ପରେ ପରିବାରଲୋକ ଥାନାରେ ଏତଲା ଦାଏର କରିଛନ୍ତି । ଝିଅକୁ ନିଶାଶକ୍ତ କରାଯାଇଥିବା ନେଇ ମଧ୍ୟ ଅଭିଯୋଗ କରାଯାଇଛି । ନାବାଳିକା ଚିକିତ୍ସାଧୀନ ଥିବାରୁ ସେ ସୁସ୍ଥହେବା ପରେ ପୋଲିସ ବୟାନ ରେକର୍ଡ କରିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।

Comments are closed.