ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷପୂର୍ତ୍ତି ଶୁକ୍ରବାର: ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ଭୁବନେଶ୍ୱର : ମେ ୨୮: ଶୁକ୍ରବାର ପୂର୍ଣ୍ଣ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ପଞ୍ଚମପାଳି ସରକାରର ପ୍ରଥମ ବର୍ଷ । ୨୦୧୯ ମେ ୨୯ ତାରିଖରେ କ୍ରମାଗତ ଭାବେ ପଞ୍ଚମ ଥରପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂରଣ କରିବାକୁ ଯାଉଛନ୍ତି । ଏଥିପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଲୋକାଭିମୂଖୀ କାର୍ଯ୍ୟକ୍ରମ ଘୋଷଣା କରିପାରନ୍ତି ସରକାର । ଶୁକ୍ରବାର ଦିନ ୧୧ଟା ୪୫ମିନିଟ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂୂର୍ଣ୍ଣ ଏକ ବୈଠକ ବସିବ ଓ ଭିଡିଓ କନଫରେନ୍ସିଂ ମାଧ୍ୟମରେ କ୍ୟାବିନେଟ ବୈଠକରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ସେହିପରି ୧୨ଟା ୧୫ମିନିଟରେ ମନ୍ତ୍ରୀ ପରିଷଦ ବସିବାର କାର୍ଯ୍ୟକ୍ରମ ରହିଛି । ଏହି ଉଭୟ ବୈଠକରେ କଣ ଆଲୋଚନା ହେବ ଏହାର କାର୍ଯ୍ୟସୂଚୀ ଚୂଡାନ୍ତ କରାଯାଇଛି । ମିଳିଥିବା ସୂଚନା ଅନୂସାରେ କରୋନା ପରିସ୍ଥିତି ଓ ବାତ୍ୟା ଆମ୍ଫନ ଯୋଗୁଁ ରାଜ୍ୟରେ ଦେଖାଦେଇଥିବା ପ୍ରତିକୂଳ ସ୍ଥିତି ନେଇ ଆଲୋଚନା କରାଯାଇପାରେ ।

Comments are closed.