ନବୀନ କହିଲେ ‘ଜୟ ଜଗନ୍ନାଥ’; ଟ୍ୱିଟର ପେଜରେ ଲେଖିଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର :ଜୁନ ୨୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଲେ ଜୟ ଜଗନ୍ନାଥ। ନିଜ ଟ୍ୱିଟର ପେଜରେ ଜୟ ଜଗନ୍ନାଥ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ବଡ ଦାଣ୍ଡରେ ରଥ ଗଡିବା ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ ଆନନ୍ଦର ଅଶ୍ରୁ ବୋହିଛି । ସମସ୍ତେ ଓଡ଼ିଆ ଜାତିର ଜୟ ହୋଇଥିବା କହି ଜୟ ଜଗନ୍ନାଥ କହିଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀ ନିଜ ଟ୍ୱଟର ପେଜରେ ଜୟ ଜଗନ୍ନାଥ ଲେଖିଛନ୍ତି ।
ଶେଷରେ ସମସ୍ତଙ୍କ ଆଶା ଆଶଙ୍କାର ଅନ୍ତ ଘଟିଛି । ଶହଶହ ବର୍ଷର ପ୍ରଚଳିତ ପରମ୍ପରାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କେବଳ ଜଗନ୍ନାଥ ଧାମ ପୁରୀରେ କଡ଼ା କଟକଣା ଭିତରେ ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ କରିବାକୁ ସୁପ୍ରିମ୍‌କୋର୍ଟ ଓଡ଼ିଶା ରାଜ୍ୟ ସରକାରଙ୍କୁ ଅନୁମତି ଦେଇଛନ୍ତି । ଫଳରେ ଚଳିତ ବର୍ଷ କୋଭିଡ୍‌-୧୯ ମହାମାରୀ ପରିପ୍ରେକ୍ଷୀରେ ପୁରୀରେ ରଥଯାତ୍ରାର ଆୟୋଜନ ହେବ ନାହିଁ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହାର ଅବସାନ ଘଟିଛି । ଚୂଡ଼ାନ୍ତ ରାୟ ଶୁଣାଇ ମୁଖ୍ୟବିଚାରପତି କହିଛନ୍ତି ଯେ ଆମେ କେବଳ ପୁରୀ ପାଇଁ ରଥଯାତ୍ରା ଲାଗି ଅନୁମତି ଦେଉଛୁ । ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ ।

Leave A Reply

Your email address will not be published.