ନନ୍ଦନକାନନ ରେ ୩ ଶାବକ କୁ ଜନ୍ମ ଦେଲା ସିଂହୀ ବିଜ୍‌ଲି

ରିପୋର୍ଟ: କମଳାକାନ୍ତ ନାୟକ

ବାରଙ୍ଗ: ଜୁଲାଇ ୨୨ : ଗତଡିସେମ୍ବର୨୦ ତାରିଖରେ ଇନ୍ଦୋର ଚିଡିଆଖାନାରୁ ଆସିଥିବା ସିଂହୀ ବିଜ୍‌ଲୀ ପ୍ରଥମ ଥର ପାଇଁ ମା ହେଇଛି I ବିଜ୍‌ଲି ସମ୍ରାଟ ସହ ମିଶି ଗୋଟିଏ ମୃତ ଛୁଆ ସହ ଅନ୍ୟଦୁଇଟି ସନ୍ତାନକୁ ଜନ୍ମ ଦେଇଛି ନନ୍ଦନକାନନର ଅନ୍ୟତମ ଆକର୍ଷଣୀୟ ସିଂହି ବିଜ୍‌ଲି ।

କିନ୍ତୁ ଶାବକ ଜନ୍ମ ଦେଇଥିଲେ ମଧ୍ୟ ଆପଣେଇଲା ନାହିଁ । ମା ସ୍ନେହରୁ ବଂଚିତ ହେଲେ ଦୁଇ ଛୁଆ । ଜନ୍ମିତ ଶାବକଙ୍କୁ କ୍ଷୀର ନଦେବାରୁ ମାଠାରୁ ଅଲଗାକରି ଲାଳନପାଳନକେନ୍ଦ୍ରରେ କର୍ତୁପକ୍ଷ ରଖିଥିବାର ଜଣାପଡିଛି ।ତେବେ ବିଜ୍‌ଲିର ମା ହେବା ଖବର କର୍ମଚାରୀ ମହଲରେ ଖୁସିର ବାତାବରଣ ସୃଷ୍ଟି କରିଛି ।

ଜୁଲାଇ ୨୦ ତାରିଖ ରାତି ୨ଟା୪୩ରେ ପ୍ରଥମସନ୍ତାନକୁ ଜନ୍ମ ଦେଇଥିଲା ବିଜ୍‌ଲି । ଏହାପରେ ଦ୍ୱତୀୟସନ୍ତାନ ୩ଟା୧୨ରେ ଓ ତୃତୀୟସନ୍ତାନକୁ ୩ଟା୩୮ମିନଟରେ ଜନ୍ମଦେଇଥିଲା । ଜନ୍ମିତ ୩ ଶାବକ ମଧ୍ୟରେ ଗୋଟିଏ ମଲାଛୁଆ କୁ ଜନ୍ମ ଦେଇଥିଲା ବିଜ୍‌ଲି ।

ଗତ ଡିସେମ୍ବର୨୦ତାରିଖରେ ଅଦଳବଦଳ ପ୍ରକିୟାରେ ଇନ୍ଦୋରର କମଳାନେହେରୁ ପ୍ରାଣୀ ସଂଗ୍ରହାଳୟ ରୁ ୨ଟି ଏସିୟାନ ମାଇସିଂହ ସହ ୮ଟି ପଶୁପକ୍ଷୀ ନନ୍ଦନକାନନକୁ ଅଣାଯାଇଥିଲା ।ଏମାନଙ୍କ ମଧ୍ୟରେ ରହିଥିଲା ବିଜଲି ।ଏଠାକୁ ଆସିବାପରେ ଏପ୍ରିଲମାସରେ ସମ୍ରାଟନାମକ ଏକ ସିଂହ ସହ ତାର ମିଳନ ହେବାରୁ ସେ ଗର୍ଭବତୀ ହୋଇଥିଲା ।ପ୍ରଥମକରି ବିଜଲି ମା ହେଉଥିବାରୁ ତାପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଥିଲେ ନନ୍ଦନକାନନ କର୍ତୁପକ୍ଷ ।

ସେ ରହୁଥିବା ଏନ୍‌କ୍ଲୋଜରରେ ସିସିଟିଭି ଖଞା ଯାଇ ତାର ଗତିବିଧିକୁ ଲକ୍ଷ କରାଯାଇଥିଲା । ଆଜି ତିନଟି ସନ୍ତାନକୁ ଜନ୍ମ କରିସାରିବାପରେ ସେଥିମଧ୍ୟରୁ ଗୋଟିଏ ମୃତ ବୋଲି ଜଣାପଡିଥିଲା ।
ତେବେ ବିଜଲି ମା ହେବାର ଜଣାପଡିବାପରେ କର୍ମଚାରୀ ମାନେ ଖୁସି ହେଇଯାଇଥିଲେ। ମୃତ ଶାବକକୁ ଛାଡି ଅନ୍ୟ ଦୁଇ ଶାବକ ହୃଷ୍ଟପୃଷ୍ଟ ହୋଇଥିଲେ ମଧ୍ୟ ବିଜ୍‌ଲି ସେମାନଙ୍କୁ ଖାଇବାକୁ କ୍ଷୀର ଦେଇନଥିବାର ସିସିଟିଭି ମାଧ୍ୟମ ରେ ନନ୍ଦନକାନନ କର୍ତୁପକ୍ଷ ଜାଣିପାରିଥିଲେ I ୨୧ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥିଲେ ମଧ୍ୟ ପିଲାମାନଙ୍କୁ ବିଜ୍‌ଲି ଚାଟୁଥିଲେ ମଧ୍ୟ କ୍ଷୀର ଦେଇନଥିଲା ।

ବାଧ୍ୟ ହୋଇ ପିଲାମାନଙ୍କ ଜୀବନ ବଂଚାଇବାପାଇଁ ମା ପାଖରୁ ପିଲାମାନଙ୍କୁ ଅଲଗାକରିବାପାଇଁ ନନ୍ଦନକାନନ କର୍ତୁପକ୍ଷ ଉଦ୍ୟମ ଆରମ୍ଭ କରିଥିଲେ । ସାଢେ୧୨ରୁ ଡାକ୍ତରଖାନାର କର୍ମଚାରୀମାନେ ଉଦ୍ୟମ ଆରମ୍ଭକରିବାସହ ବିଜ୍‌ଲିକୁ ନିସ୍ତେଜକ ଦେଇ ପିଲାଦ୍ୱୟକୁ ଅଲଗା କରିଥିଲେ ।

ତେବେ ସାଢେ୩ଟା ପାଖାପାଖି ବିଜଲି ଶଶିରୀରରୁ ନିଶା ଖସିବା ସହ ସ୍ୱାଭାବିକସ୍ଥିତିକୁ ଫେରିଥିବାର ଜଣାପଡିଛି । ଏହି ପିଲାଦ୍ୱୟକୁ ଡାକ୍ତରଖାନା ପାଖରେ ଥିବା ଲାଳନପାଳନ କେନ୍ଦ୍ରରେ ଦାୟିତ୍ୱରେ ରହିଥିବା କର୍ମଚାରୀଙ୍କ ହେପାଜତରେ ଛଡାଯାଇଛି । ବିଜଲି ଏହି ଦୁଇ ଛୁଆ କୁ ମିଶାଇ ନନ୍ଦନକାନନରେ ସିଂହ ସଂଖ୍ୟା ବୃଦ୍ଧିପାଇ ୧୮ରେ ପହଁଚିଛି ।
୨୦୧୫ ଜୁଲାଇ୨୩ରେ କଳ୍ପନା ଓ ୨୦୧୭ ମାର୍ଚ୍ଚ୬ ରେ ଜିତ୍ ନାମକ ସିଂହି ସେମାନଙ୍କ ପ୍ରଥମଗର୍ଭରୁ ମଲାଛୁଆ ଜନ୍ମ ଦେଇଥିଲେ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଡ.ସଞିତକୁମାର କହିଛନ୍ତି ।

Comments are closed.