ଧୋନି ଙ୍କ ସହ ଖେଳିଥିବା ପ୍ରତ୍ୟେକ ମୁହୂର୍ତ୍ତ କୁ ମୁଁ ମୋର ସ୍ମୃତିରେ ସଂଚୟ କରି ରଖିବି; କେ ଏଲ ରାହୁଲ

ଦୁବାଇ : ଅଗଷ୍ଟ ୨୫: ଆଇପିଏଲ୍  ପାଇଁ ପ୍ରସ୍ତୁତ ହେଉଥିବା ବେଳେ, ଇଣ୍ଡିଆନ ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଏମଏସ ଧୋନିଙ୍କୁ ଖୁବ ପ୍ରଶଂସା କରି କହିଛନ୍ତି କି’ କିମ୍ବଦନ୍ତୀ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଙ୍କ ଶାନ୍ତ ବ୍ୟବହାର ତାଙ୍କୁ ସବୁବେଳେ ପ୍ରେରଣା ଦେଇ ଆସିଛି I ଏହା ମଧ୍ୟ ଜଣେ ଖେଳାଳିଙ୍କୁ ତାର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରାଇବାରେ ସାହାଯ୍ୟ କରିଥାଏ I

ଅଗଷ୍ଟ ୧୫ ରେ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ, ଯାହାଦ୍ୱାରା ୧୬ ବର୍ଷ ର ଏକ ଚମତ୍କାର କ୍ୟାରିୟର ସମାପ୍ତ ହେଲା ।

“ଏମଏସ ଧୋନିଙ୍କ ସହ ଖେଳିବା ଏକ ସମ୍ମାନର ବିଷୟ ଏବଂ ପ୍ରତ୍ୟେକ ଦିନ ସେ ତାଙ୍କଠାରୁ ଅଧିକ ରୁ ଅଧିକ ଶିକ୍ଷା ପାଇଥାନ୍ତି I ଆଉ ଏହା ମୋର ବାକି ଜୀବନ ଏବଂ କ୍ୟାରିୟର ପାଇଁ ମୁଁ ସଂଚିତ କରି ରଖିବି I ଏମିତି କିଛି ସମୟ ଆସିଛି ଯେତେବେଳେ ଆମେ ଦୁହେଁ ଦଳପାଇଁ ଭଲ ଭାଗିଦାରୀ କରିଛୁ I” ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରକାଶିତ ଏକ ଭିଡିଓରେ ରାହୁଲ ଏହା କହିଛନ୍ତି I
ସେ ଆହୁରି ମଧ୍ୟ କହିଛନ୍ତି ଧୋନି ଯେମିତି ପ୍ରତ୍ୟେକ ଖେଳାଳିଙ୍କଠାରୁ ତାର ସର୍ବୋତ୍ତମ ପ୍ରଦର୍ଶନ ବାହାର କରିପାରନ୍ତି, ତାହା ସମସ୍ତେ ତାଙ୍କଠାରୁ ଶିଖିବାକୁ ଚେଷ୍ଟା କରିବା ଉଚିତ ।
ୟୁଏଇରେ ସେପ୍ଟେମ୍ବର ୧୯ ରୁ ଖେଳାଯିବାକୁ ଥିବା ଆଗାମୀ ଆଇପିଏଲ୍ ସଂସ୍କରଣରେ ରାହୁଲ କିଙ୍ଗସ ଏକାଦଶ ପଞ୍ଜାବର ନେତୃତ୍ୱ ନେବେ।

ସେ କହିଛନ୍ତି ଯେ ପଞ୍ଜାବ ସ୍ଥିତ ଫ୍ରାଞ୍ଚାଇଜରେ ଅଧିନାୟକ ଭାବରେ କୋଚ ଅନିଲ କୁମ୍ବଲେ ତାଙ୍କ କାର୍ଯ୍ୟକୁ କୁ ଅତି ସହଜ କରି ଦେଇ ଛନ୍ତି। ରାହୁଲ କହିଛନ୍ତି, ‘ ଅନିଲ ଭାଇ ମତେ ଏମିତିବି ସାହାଯ୍ୟ କରନ୍ତି କାରଣ ବ୍ୟକ୍ତିଗତ ଜୀବନ ରେ ମୋର ତାଙ୍କ ସହ ଖୁବ ଭଲ ସମ୍ପର୍କ ଅଛି ଏବଂ ଆମେ ଦୁଇଜଣ ସମାନ ରାଜ୍ୟରୁ ଆସିଛୁ I ‘
ରାହୁଲ କହିଛନ୍ତି,ପଞ୍ଜାବ ଦଳ ପାଇଁ, ସେ (ଅନିଲ କୁମ୍ବଲେ) ଅଧିକାଂଶ ଯୋଜନା କରିବେ ଏବଂ ମୋତେ କେବଳ ପଡିଆ ରେ ଯାଇ ଏହାକୁ କାର୍ଯ୍ୟକାରୀ କରିବାକୁ ପଡିବ। (ଆଇ ଏ ଏନ ଏସ)

Comments are closed.