ଧନୁଷଙ୍କ ଫିଲ୍ମରେ ରାଶି

ଭୁବନେଶ୍ୱର: ଅଗଷ୍ଟ ୨୦ : ଗତ କିଛି ଦିନ ଧରି ଅଭିନେତ୍ରୀ ରାଶି ଖନ୍ନା ନିଜ ହଟ୍‌ ଫଟୋଗ୍ରାଫ୍‌ ପାଇଁ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ରେ ରହିଛନ୍ତି । ଏହାସହ ଫିଲ୍ମ ଇଣ୍ଡଷ୍ଟ୍ରୀରେ ତାଙ୍କର ଏକପ୍ରକାର ଲଟେରି ଲାଗିଥିବା ଚର୍ଚ୍ଚା କରାଯାଉଛି । କାରଣ ତାଙ୍କ ନିକଟକୁ ଲଗାତର ଏକରୁ ବଳି ଏକ ଫିଲ୍ମର ଅଫର୍‌ ଆସିବାରେ ଲାଗିଛି । ଏହାସହ ଏକ ସମୟରେ ରାଶିଙ୍କ ହାତରେ ଅନେକ ବଡ଼ ଫିଲ୍ମ ଏବଂ ଡିଜିଟାଲ ପ୍ରୋଜେକc ରହିଛି । ସେପଟେ ରାଶି ଏବେ ଅଜୟ ଦେବଗନଙ୍କ ସହ ଫିଲ୍ମ ରୁଦ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାପରେ ସେ ସାଉଥ୍‌ର ବଡ଼ ସୁପରଷ୍ଟାର ଧନୁଷଙ୍କ ସହ ନିଜର ଆଗାମୀ ଫିଲ୍ମ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଫିଲ୍ମର ନିର୍ମାତା ଏପର୍ଯ୍ୟନ୍ତ ଟାଇଟଲ ସ୍ଥିର କରିନାହାନ୍ତି କିନ୍ତୁ ଏହାକୁ ସାଉଥ୍‌ ଫିଲ୍ମର ନାମୀଦାମୀ ନିର୍ଦ୍ଦେଶକ ମିଥିରନ ଜବାହର ନିର୍ଦ୍ଦେଶନା ଦେବେ ବୋଲି ଜଣାପଡ଼ିଛି । ରାଶି ମଧ୍ୟ ପୂର୍ବରୁ ଅନେକ ଦକ୍ଷିଣ ଚଳଚ୍ଚିତ୍ରରେ କାମ କରିସାରିଛନ୍ତି । ତାଙ୍କୁ ଏବେ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବେ ବିବେଚନା କରାଯାଉଛି । ଅଭିନେତ୍ରୀ ରାଶି ଖନ୍ନା ଆଜିକାଲି ଫିଲ୍ମ ସୁଟିଂ ପାଇଁ ଚେନ୍ନାଇ, ମୁମ୍ବାଇ ଏବଂ ହାଇଦ୍ରାବାଦର ଚMର ଲଗାଉଛନ୍ତି । ରାଶି ଖୁବଶୀଘ୍ର ତୁଗଲକ ଦରବାର, ଅରନମନଇ ୩ ଏବଂ ଭ୍ରମନର ପ୍ରମୋସନ ଆରମ୍ଭ କରିବେ । ମୁମ୍ବାଇରେ ସେ ରାଜେଶ ମାପୁସ୍କରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମର ସୁଟିଂ କରୁଛନ୍ତି, ଯାହା ବ୍ରିଟିଶ ଶୋ ଲୁଥର୍‌ର ଭାରତୀୟ ରୁପାନ୍ତରଣ । ସେପଟେ ରାଶି ତାଙ୍କ କ୍ୟାରିଅରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଯେ ସେ ଏବେ ଯେଉଁଠି ପହଞ୍ଚିଛନ୍ତି ସେଥିପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଛି ଏବଂ ଏହାର ପରିମାଣସ୍ୱରୂପ ଉତ୍ତର ଓ ଦକ୍ଷିଣ ଏଣ୍ଟରଟେନ୍‌ମେଣ୍ଟ ଇଣ୍ଡଷ୍ଟ୍ରୀରେ ଅବସର ମିଳିଛି । ମାଦ୍ରାସ କୈଫ୍‌ ଫିଲ୍ମ ଜରିଆରେ ରାଶି ଖନ୍ନା ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବୁ୍ୟ କରିଥିଲେ ।

Comments are closed.