ପୁଣି ଡ୍ରଗ୍‌ ଚୋରା ଚାଲାଣକାରୀ ଡଙ୍ଗା ଉପରେ ଆମେରିକାର ଆକ୍ରମଣ: ୩ ମୃତ

ୱାସିଂଟନ: କେରିବିଅନ୍‌ ସାଗରରେ ଡ୍ରଗ୍‌ ଚୋରାଚାଲାଣ କରୁଥିବା ଏକ ଡଙ୍ଗା ଉପରେ ଆମେରିକା ପୁଣିଥରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ପେଣ୍ଟାଗନ ମୁଖ୍ୟ ପିଟ୍‌ ହେଗ‌୍‌ସେଥ୍‌ ସୂଚନା ଦେଇଛନ୍ତି। ଆମେରିକାର ଡ୍ରଗ୍ସ କାରବାର ବିରୋଧରେ ଚାଲିଥିବା ଅଭିଯାନରେ ଏପର୍ଯ୍ୟନ୍ତ ଅତି କମ୍‌ରେ ୭୦ ଜଣଙ୍କର ମୃତ୍ୟୁ ହେଲାଣି। ଏହି ପ୍ରକ୍ରିୟାରେ ଆମେରିକା ପକ୍ଷରୁ ଅତିକମ୍‌ରେ ୧୮ଟି ଜାହାଜ, ୧୭ଟି ଡଙ୍ଗା ଓ ଏକ ବୁଡ଼ାଜାହାଜ ନଷ୍ଟ କରାଯାଇଛି। ତେବେ ଏହାକୁ କେତେକ […]

ପୁଣି ଡ୍ରଗ୍‌ ଚୋରା ଚାଲାଣକାରୀ ଡଙ୍ଗା ଉପରେ ଆମେରିକାର ଆକ୍ରମଣ:  ୩ ମୃତ

ୱାସିଂଟନ: କେରିବିଅନ୍‌ ସାଗରରେ ଡ୍ରଗ୍‌ ଚୋରାଚାଲାଣ କରୁଥିବା ଏକ ଡଙ୍ଗା ଉପରେ ଆମେରିକା ପୁଣିଥରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ପେଣ୍ଟାଗନ ମୁଖ୍ୟ ପିଟ୍‌ ହେଗ‌୍‌ସେଥ୍‌ ସୂଚନା ଦେଇଛନ୍ତି। ଆମେରିକାର ଡ୍ରଗ୍ସ କାରବାର ବିରୋଧରେ ଚାଲିଥିବା ଅଭିଯାନରେ ଏପର୍ଯ୍ୟନ୍ତ ଅତି କମ୍‌ରେ ୭୦ ଜଣଙ୍କର ମୃତ୍ୟୁ ହେଲାଣି। ଏହି ପ୍ରକ୍ରିୟାରେ ଆମେରିକା ପକ୍ଷରୁ ଅତିକମ୍‌ରେ ୧୮ଟି ଜାହାଜ, ୧୭ଟି ଡଙ୍ଗା ଓ ଏକ ବୁଡ଼ାଜାହାଜ ନଷ୍ଟ କରାଯାଇଛି। ତେବେ ଏହାକୁ କେତେକ ବିଶେଷଜ୍ଞ ପ୍ରବଳ ବିରୋଧ କରୁଛନ୍ତି। ଏହା‌ ଆମେରିକାର ବର୍ବରତା ଓ ହତ୍ୟା ବୋଲି କହିଛନ୍ତି। ଆମେରିକା ଏହି ଆକ୍ରମଣ ପାଇଁ ନିଶା ଚୋରାଚାଲାଣ କିମ୍ବା ଆମେରିକା ପ୍ରତି ବିପଦ ଥିବା କୌଣସି ପ୍ରମାଣ ଦେଇପାରିନାହିଁ। ଅନ୍ୟପକ୍ଷରେ ହେଗ୍‌ସେଥ୍‌ ‘ଏକ୍ସ’ରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ଆମେରିକା ପ୍ରତି ବିପଦ ସୃଷ୍ଟି କରୁଥିବା ସମସ୍ତ ନାର୍କୋ-ଟେରୋରିଷ୍ଟ ଡ୍ରଗ୍ସ ଚୋରା ଚାଲାଣ ବନ୍ଦ ନ କଲେ ଆମେରିକା ସେମାନଙ୍କୁ ନିପାତ କରିବ।

Read More ଆରମ୍ଭ ହେଲା ଥାର୍ଡ ୱାନଡେ,ବିସିସିଆଇ ନେଲା ବଡ ନିଷ୍ପତି

Tags: