ଲାଲ୍‌କିଲ୍ଲା ବିସ୍ଫୋରଣକୁ କଡ଼ା ନିନ୍ଦା କଲେ ଜାତିସଂଘ

ଲାଲ୍‌କିଲ୍ଲା ବିସ୍ଫୋରଣକୁ କଡ଼ା ନିନ୍ଦା କଲେ ଜାତିସଂଘ

ନୂଆଦିଲ୍ଲୀ:  ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍‌ ବିସ୍ଫୋରଣକୁ ଜାତିସଂଘ କଡ଼ା ନିନ୍ଦା କରିଛନ୍ତି। କାର୍‌ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ହେବା ଏବଂ ଅନେକ ଲୋକ ଆହତ ହେବା ଘଟଣାରେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଗଭୀର ଶୋକ ପ୍ରକାଶ କରିଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି।

Read More ୨୪ ଘଣ୍ଟା ମଧ୍ୟରେ ଟଳିଲେ ୧୫ ନକ୍ସଲ,୩ ଯବାନ ସହିଦ

ଗୁଟେରସଙ୍କ ଉପ ମୁଖପାତ୍ର ଫରହାନ ହକ କହିଛନ୍ତି, ଆମେ ଭାରତ ସରକାରଙ୍କୁ ଆମର ଶୋକ ବାର୍ତ୍ତା ପଠାଉଛୁ ଏବଂ ଏହି ଘଟଣାର ବିସ୍ତୃତ ତଦନ୍ତ ହେବାର ଆବଶ୍ୟକତା ରହିଛି‌ ବୋଲି ସେ କହିଛନ୍ତି। ଖାଲି ଜାତିସଂଘ ନୁହନ୍ତି ଭାରତର ମିତ୍ର ରାଷ୍ଟ୍ରମାନେ ମଧ୍ୟ ଲାଲକିଲ୍ଲା ବିସ୍ଫୋରଣକୁ ନିନ୍ଦା କରିଛନ୍ତି ଏବଂ ଏଭଳି ଏକ ଦୁଃଖଦ ସମୟରେ ‌ସେମାନେ ଭାରତ ସହ ଥିବା କହିଛନ୍ତି। 

Read More ରେପୋ ହ୍ରାସ କଲା ଆରବିଆଇ