‘ର’ ମୁଖ୍ୟ ପରାଗ ଜୈନଙ୍କୁ ସୁରକ୍ଷା ସଚିବ ଦାୟିତ୍ବ

 ‘ର’ ମୁଖ୍ୟ ପରାଗ ଜୈନଙ୍କୁ ସୁରକ୍ଷା ସଚିବ ଦାୟିତ୍ବ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣର ଦୁଇ ଦିନ ପରେ ବୁଧବାର ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ୱିଙ୍ଗ (ର) ମୁଖ୍ୟ ପରାଗ ଜୈନଙ୍କୁ କ୍ୟାବି‌ନେଟ ସଚିବାଳୟର ସୁରକ୍ଷା ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ସୁରକ୍ଷା ସଚିବ ଭାବେ ସେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଏସ୍‌ପିଜିର ପ୍ରଶାସନିକ କାର୍ଯ୍ୟ ଦେଖିବେ। ଉଲ୍ଲେଖଯୋଗ୍ୟ ୩୧ଜୁଲାଇ ୨୦୨୫ରେ ହରିନାଥ ମିଶ୍ରଙ୍କ ଅବସର ପରେ ସୁରକ୍ଷା ସଚିବ ପଦବି ଖାଲି ପଡ଼ିଥିଲା। ପଞ୍ଜାବ କ୍ୟାଡରର ୧୯୮୯ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଜୈନ ଜୁଲାଇ ୧ରେ ୨ ବର୍ଷ ପାଇଁ ‘ର’ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଆଜି ଜାରି ହୋଇଥିବା ଆଦେଶରେ ଏହା ମଧ୍ୟ କୁହାଯାଇଛି ଯେ ନିୟମିତ ନିଯୁକ୍ତି କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଜାରି ନହେବା ପର୍ଯ୍ୟନ୍ତ ଜୈନଙ୍କୁ ତୁରନ୍ତ ପ୍ରଭାବ ସହିତ ଏହି ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

Read More ୨୪ ଘଣ୍ଟା ମଧ୍ୟରେ ଟଳିଲେ ୧୫ ନକ୍ସଲ,୩ ଯବାନ ସହିଦ