୫ ବର୍ଷ ପରେ ଦିଲ୍ଲୀ ଏକ୍ୟୁଆଇ ସର୍ବନିମ୍ନ ସ୍ତରରେ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ରାଜଧାନୀ ଦିଲ୍ଲୀ ପାଇଁ ସବୁଠାରୁ ବଡ଼ ସଙ୍କଟ। ପ୍ରଦୂଷଣ ଲୋକଙ୍କ ଆୟୁଷ କମାଇ ଦେଉଥିବାବେଳେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ବୁଧବାର ଦିଲ୍ଲୀର ବାୟୁ ଗୁଣବତ୍ତା ବିଗତ ୫ ବର୍ଷରେ ସବୁଠୁ ଶ୍ରେଷ୍ଠସ୍ତରରେ ପହଞ୍ଚି ଥିଲା। ପବନ ଏବଂ ମେଘମୁକ୍ତ ଆକାଶ ଯୋଗୁ ବାୟୁ ଗୁଣବତ୍ତା ସୂଚକାଙ୍କ ୨୦୨କୁ ଖସି ଆସିଥିଲା, ଯାହାକି ଖରାପ ବାୟୁମାନର ସର୍ବନିମ୍ନସ୍ତରେ ଥିଲା। ଏହାପୂର୍ବରୁ ୨୦୨୦ ମସିହା ନଭେମ୍ବର ୨୭ରେ ଏକ୍ୟୁଆଇ ସବୁଠୁ […]

୫ ବର୍ଷ ପରେ ଦିଲ୍ଲୀ ଏକ୍ୟୁଆଇ ସର୍ବନିମ୍ନ ସ୍ତରରେ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ରାଜଧାନୀ ଦିଲ୍ଲୀ ପାଇଁ ସବୁଠାରୁ ବଡ଼ ସଙ୍କଟ। ପ୍ରଦୂଷଣ ଲୋକଙ୍କ ଆୟୁଷ କମାଇ ଦେଉଥିବାବେଳେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ବୁଧବାର ଦିଲ୍ଲୀର ବାୟୁ ଗୁଣବତ୍ତା ବିଗତ ୫ ବର୍ଷରେ ସବୁଠୁ ଶ୍ରେଷ୍ଠସ୍ତରରେ ପହଞ୍ଚି ଥିଲା। ପବନ ଏବଂ ମେଘମୁକ୍ତ ଆକାଶ ଯୋଗୁ ବାୟୁ ଗୁଣବତ୍ତା ସୂଚକାଙ୍କ ୨୦୨କୁ ଖସି ଆସିଥିଲା, ଯାହାକି ଖରାପ ବାୟୁମାନର ସର୍ବନିମ୍ନସ୍ତରେ ଥିଲା। ଏହାପୂର୍ବରୁ ୨୦୨୦ ମସିହା ନଭେମ୍ବର ୨୭ରେ ଏକ୍ୟୁଆଇ ସବୁଠୁ କମ୍‌ ୧୩୭ ରେକର୍ଡ଼ କରାଯାଇଥିଲା।କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ (ସିପିସିବି) ବୁଲେଟିନ ଅନୁଯାୟୀ, ବୁଧବାର ସକାଳ ୧୦ଟାରେ ଦିଲ୍ଲୀରେ ଏକ୍ୟୁଆଇ ୨୨୧ ଥିବାବେଳେ ଅପରାହ୍ଣ ୪ଟା ବେଳକୁ ଏହା ୨୦୨ କୁ ଖସି ଆସିଥିଲା। ତେବେ ୫ଟା ସୁଦ୍ଧା ଏହା ୧୯୭କୁ ଖସି ମଧ୍ୟମ ବର୍ଗକୁ ଚାଲି ଆସିଥିଲା। ସିପିସିବି ତଥ୍ୟ ଅନୁଯାୟୀ ଦୁଇଟି ଷ୍ଟେସନ ଦିଲ୍ଲୀ ବିଶ୍ବବିଦ୍ୟାଳୟ ନର୍ଥ କ୍ୟାମ୍ପସ ଏବଂ ସାଦିପୁରରେ ଏକ୍ୟୁଆଇ ୩୦୦ ଉପରେ ଥିବାରୁ ଏହା ଅତି ଖରାପ ଜୋନ୍‌ରେ ଆସୁଛି। ଦିନକ ପୂର୍ବରୁ ମଙ୍ଗଳବାର ଏକ୍ୟୁଆଇ ୨୯୧ ଥିଲା। ସ୍କାଏମେଟ ମେଟିଓରୋଲଜିର ଉପାଧ୍ୟକ୍ଷ ମହେଶ ପାଲାଓ୍ୱତ୍‌ କହିଛନ୍ତି, ରାତିରେ ପବନ ବିଲକୁଲ ପ୍ରବାହିତ ହେଉନଥିବାରୁ ପ୍ରଦୂଷଣ ହ୍ରାସ ପାଉନାହିଁ। ମଙ୍ଗଳବାର ରାତିରେ ୮-୧୦ କିମି ବେଗରେ ପବନ ବହିଥିଲା, ବୁଧବାର ଦିନରେ ମଧ୍ୟ ୧୦ କିମି ବେଗରେ ପବନ ପ୍ରବାହିତ ହେଉଥିବାରୁ ପ୍ରଦୂଷଣ ହ୍ରାସ ପାଇଥିଲା।
ସିପିସିବି ତଥ୍ୟ ଅନୁଯାୟୀ, ଏହାପୂର୍ବରୁ ନଭେମ୍ବର ମାସରେ ସବୁଠୁ କମ୍‌ ଏକ୍ୟୁଆଇ ୨୦୨୪ ରେ ୩୦୩, ୨୦୨୩ରେ ୨୧୮, ୨୦୨୨ରେ ୨୨୭ ଏବଂ ୨୦୨୧ରେ ୨୮୧ ଥିଲା। ତେବେ ବୁଧବାରର ଏହି ଆଶ୍ବସ୍ତି ସାମୟିକ। ଏୟାର କ୍ବାଲିଟି ଅର୍ଲି ୱାର୍ଣ୍ଣିଂ ସିଷ୍ଟମ ଅନୁଯାୟୀ ଗୁରୁବାରରୁ ଶନିବାର ପର୍ଯ୍ୟନ୍ତ ଦିଲ୍ଲୀରେ ବାୟୁ ଗୁଣବତ୍ତା ମାନ ଅତ୍ୟନ୍ତ ଖରାପ ରହିବ। ସିପିସିବି ଏୟାର ଲାବୋରେଟୋରୀର ପୂର୍ବତନ ମୁଖ୍ୟ ଦିପଙ୍କର ଶାହ କହିଛନ୍ତି, ଶୀତ ଦିନରେ ଇଣ୍ଡୋ ଗାଙ୍ଗେଟିକ୍‌ ସମତଳ ଏୟାର ବେସିନ ଭାବେ କାମ କରିଥାଏ ଏବଂ ବାୟୁ ଉତ୍ତରପଶ୍ଚିମରୁ ଦକ୍ଷିଣପୂର୍ବକୁ ପ୍ରବାହିତ ହୋଇଥାଏ। ଏଥିରେ କିଛି ବିଭ୍ରାଟ ହେଲେ ବାୟୁ ପ୍ରଭାବିତ ହୋଇ ନପାରି ପ୍ରଦୂଷଣ ବୃଦ୍ଧି କରିଥାଏ।

Tags: