ଦେଶର ବ୍ୟବସାୟ କ୍ଷେତ୍ର ସହଯୋଗୀ ଏବଂ ବିଦେଶରେ ଥିବା ଭାରତୀୟ ମିଶନ ମୁଖ୍ୟଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଅଗଷ୍ଟ ୬: ଆଜି ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରର ସହଯୋଗୀ ଏବଂ ବିଦେଶରେ ଥିବା ଭାରତୀୟ ମିଶନ ମୁଖ୍ୟମାନଙ୍କ ସହ ଏକ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଆଲୋଚନା କରିବେ । ଆଲୋଚନାର ଲକ୍ଷ୍ୟ ହେଉଛି ସ୍ଥାନୀୟ ସୁଯୋଗକୁ ବ୍ୟବହାର କରି ଆମର ରପ୍ତାନି ସମ୍ଭାବନାକୁ ବିସ୍ତାର କରିବା ଏବଂ ବିଶ୍ୱର ଚାହିଦା ପୂରଣ ପାଇଁ ସମସ୍ତ ସହଯୋଗୀଙ୍କୁ ପ୍ରୋତ୍ସାହିତ କରିବା । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ଗୋଜ୍‌ ଗ୍ଲୋବାଲ- ମେକ୍‌ ଇନ ଇଣ୍ଡିଆ ଫର ୱାଲïର୍’ ପାଇଁ ଆହ୍ୱାନ ଦେବେ ।
ଭାରତର ରପ୍ତାନି ଏବଂ ବିଶ୍ୱ ବାଣିଜ୍ୟରେ ଏହାର ଅଂଶକୁ ବୃଦ୍ଧି ଏବଂ ବିସ୍ତାର ପାଇଁ ଏକ ପାରସ୍ପାରିକ ସହଯୋଗ ପ୍ରଦାନ କରିବା ହେଉଛି ଏହି ଆଲୋଚନାର ଉଦ୍ଦେଶ୍ୟ । ରପ୍ତାନି କ୍ଷେତ୍ରରେ ଏକ ବୃହତ ନିଯୁକ୍ତି ସୃଷ୍ଟିର ସମ୍ଭାବନା ରହିଛି । ବିଶେଷ କରି ଏମ୍‌ଏସ୍‌ଏମ୍‌ଇ ଏବଂ ଉଚ୍ଚ ଶ୍ରମ ପ୍ରୋତ୍ସାହନ କ୍ଷେତ୍ର ସହିତ ଉତ୍ପାଦନ କ୍ଷେତ୍ର ଏବଂ ସାମଗ୍ରିକ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡ଼ିବ ।
ଆଲୋଚନା ସମୟରେ ବାଣିଜ୍ୟ ମନ୍ତ୍ରୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ଏହି ଆଲୋଚନା କାର୍ଯ୍ୟକ୍ରମରେ କୋଡିଏରୁ ଅଧିକ ବିଭାଗର ସଚିବ, ରାଜ୍ୟ ସରକାରୀ ଅଧିକାରୀ, ରପ୍ତାନି ପ୍ରୋତ୍ସାହନ ପରିଷଦ ଏବଂ ଚାମ୍ବର ଅଫ୍‌ କମର୍ସର ସଦସ୍ୟମାନେ ମଧ୍ୟ ଅଂଶଗ୍ରହଣ କରିବେ ।

Comments are closed.