ଦେଶରେ ୩୪ ଦିନ ଧରି ୩ ପ୍ରତିଶତ ରୁ କମ ରହୁଛି ଦୈନିକ ସଂକ୍ରମଣ ହାର

ଦିଲ୍ଲୀ: ଜୁଲାଇ ୨୫ : ଗତ ୨୪ ଘଣ୍ଟାରେ ଦେଶରେ ୩୯,୭୪୨ ଜଣ କରୋନା ରେ ସଂକ୍ରମିତ ହେଇଥିବା ବେଳେ ୩୯,୯୭୨ ଜଣ ସୁସ୍ଥ ହେଇଛନ୍ତି I ଦେଶରେ ଏ ପର୍ଯ୍ୟନ୍ତ ମୋଟ ୩,୧୩,୭୧,୯୦୧ ଜଣ କରୋନା ରେ ଆକ୍ରାନ୍ତ ହେଇସାରିଥିବା ବେଳେ ମୋଟ ୩,୦୫,୪୩,୧୩୮ ଜଣ ସୁସ୍ଥ ହେଇସାରିଛନ୍ତି I
୨୪ ଘଂଟାରେ ୫୩୫ ଜଣଙ୍କର କରୋନା ରେ ମୃତ୍ୟୁ ହେଇଥିବା ବେଳେ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୨୦,୫୫୧ କୁ ବୃଦ୍ଧି ପାଇଛି I
ସୁସ୍ଥତା ହାର ୯୭.୩୬ ପ୍ରତିଶତ ରହିଛି ।
ଦୈନିକ ପଜିଟିଭିଟି ହାର ୨.୩୧ ପ୍ରତିଶତ ରହିଥିିଲାବେଳେ ସାପ୍ତାହିକ ପଜିଟିଭିଟି ହାର ୨.୨୪ ପ୍ରତିଶତ ରହିଛି ।
ଦେଶରେ ଏବେ ୪ ଲକ୍ଷ ୮ ହଜାର ୨୧୨ ସକ୍ରିୟ ରୋଗୀ ରହିଛନ୍ତି । ଯାହା ମୋଟ ସଂକ୍ରମିତଙ୍କ ୧.୩ ପ୍ରତିଶତ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି I
ଗତ କାଲି ପର୍ଯ୍ୟନ୍ତ, ୪୩ କୋଟି ୩୧ ଲକ୍ଷ ୫୦ ହଜାର ୮୬୪ ଡୋଜ ଟୀକା ଦିଆସାରିଲାଣି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି I
ଜଣ କରୋନା ଟିକା ନେଇ ସାରିଲେଣି ।

Comments are closed.