ଦେଶରେ ୨୭ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଅଗଷ୍ଟ ୧୮: ଦେଶରେ ୨୪ ଘଣ୍ଟାରେ ୫୫ ହଜାର ୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏଥିସହ , ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଲକ୍ଷ ୨ ହଜାର ୭୪୨ କୁ ବୃଦ୍ଧି ପାଇଛି I ସେହିପରି, ଗୋଟିଏ ଦିନରେ ୮୭୬ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହେଇଛି ଏବଂ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୫୧ ହଜାର ୭୯୭ ରେ ପହଂଚିଛି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ମୃତ୍ୟୁ ହାର ଏବେ ୧.୯୨% ରେ ପହଂଚିଛି I
ଗତ ୨୪ ଘଣ୍ଟା ମଧ୍ୟରେ ୫୭ ହଜାର ୯୩୭ ଜଣ କୋଭିଡ-19 ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ସହିତ ଆଜି ଦେଶରେ ଗୋଟିଏ ଦିନର ସର୍ବାଧିକ ଆରୋଗ୍ୟ ସଂଖ୍ୟା ପଞ୍ଜୀକୃତ ହୋଇଛି । ଏ ପର୍ଯ୍ୟନ୍ତ ମୋଟ ୧୯ ଲକ୍ଷ ୭୭ ହଜାର ୭୭୯ ଜଣ କରୋନା ରୋଗୀ ସୁସ୍ଥ ହେଇସାରିଲେଣି I ଏହାଦ୍ୱାରା, ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇ ୭୩.୧୮ % ରେ ପହଂଚିଛି I
ଦେଶରେ ଏବେ ୬ ଲକ୍ଷ ୭୩ ହଜାର ୧୬୬ ଜଣ ସକ୍ରିୟ ରୋଗୀ ଥିବା ବେଳେ ଏହା ମୋଟ ସଂକ୍ରମିତ ରୋଗୀଙ୍କ ସଂଖ୍ୟାର ମାତ୍ର ୨୪.୯୧ ପ୍ରତିଶତ ।
ପ୍ରାୟ ୮ ଟି ରାଜ୍ୟରେ ସଂକ୍ରମିତ ଙ୍କ ସଂଖ୍ୟା ୧ ଲକ୍ଷ ଟପି ସାରିଛି I ମହାରାଷ୍ଟ୍ର ରେ ମୋଟ ସଂକ୍ରାମିତଙ୍କ ସଂଖ୍ୟା ୬,୦୪,୩୫୮ ରେ ପହଁଚିଥିବା ବେଳେ, ତାମିଲନାଡୁ ରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୩,୯୪୫, ଆନ୍ଧ୍ର ପ୍ରଦେଶ ରେ ୨,୯୬, ୬୦୯, କର୍ଣ୍ଣାଟକ ରେ ୨,୩୩,୨୮୩, ଉତ୍ତର ପ୍ରଦେଶ ରେ ୧,୫୮, ୨୧୬, ଦିଲ୍ଲୀ ରେ ୧,୫୩,୩୬୭, ପଶ୍ଚିମ ବଙ୍ଗ ରେ ୧,୧୯,୫୭୮ ଏବଂ ବିହାର ରେ ୧,୦୬,୩୦୭ କୁ ବୃଦ୍ଧି ପାଇଛି I

Comments are closed.