ଦେଶରେ ୨୪ ଘଣ୍ଟାରେ ୩୮,୬୨୮ କରୋନା ଆକ୍ରାନ୍ତ ,୬୧୭ ଜଣ ମୃତ

ଦିଲ୍ଲୀ : ଅଗଷ୍ଟ ୭: ଲଗାତାର କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ୁଥିଲା ବେଳେ ଗତ ୨୪ ଘଣ୍ଟାରେ ତାହା କମିବାରେ ଦେଖାଯାଇଛି । ନୂଆ କରୋନା ସଂକ୍ରମଣଙ୍କ ସଂଖ୍ୟା ୩୮ ହଜାର ୬୨୮ ରହିଛି । ସେହିପରି ଗତ ୨୪ ଘଣ୍ଟାରେ ୪୦ ହଜାର ୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ମୋଟ୍‌ ୩ କୋଟି ୧୦ ଲକ୍ଷ ୫୫ ହଜାର ୮୬୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ସୁସ୍ଥତା ହାର ୯୭.୩୭ ପ୍ରତିଶତ ରହିଛି । ସେହିପରି ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୪ ଲକ୍ଷ ୧୨ ହଜାର ୧୫୩ ରହିଛି ।
ଗତ ୨୪ ଘଣ୍ଟାରେ ଦେଶରେ ୬୧୭ ଜଣ ସଂକ୍ରମିତଙ୍କର ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ଦେଶରେ କରୋନାରେ ମୋଟ ୪ ଲକ୍ଷ ୨୭ ହଜାର ୩୭୧ ଜଣ ରୋଗୀଙ୍କ ମୃତୁ୍ୟ ହୋଇସାରିଲାଣି ।
ଦେଶର ସାପ୍ତାହିକ ସଂକ୍ରମଣ ହାର ୨.୩୯ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୨.୨୧ ପ୍ରତିଶତ ରହିଛି । ଦେଶରେ ମୋଟ ୫୦ କୋଟି ୧୦ ଲକ୍ଷ ୯ ହଜାର ୬୦୯ ଜଣ ଲୋକ କରୋନା ଟିକା ନେଇସାରିଲେଣି ।
ଡବ୍ଲì୍ୟଏଚ୍‌ଓର ତଥ୍ୟ ଅନୁସାରେ, କରୋନାର ତୃତୀୟ ଲହର (ଡେଲଟା ଭାରିଆଣ୍ଟ) ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଏବେ ଏହା ୧୩୫ଟି ଦେଶରେ ଦେଖିବାକୁ ମିଳିଛି । ଆସନ୍ତା ସପ୍ତାହ ସୁଦ୍ଧା ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୦ ନିୟୁତକୁ ଅତିକ୍ରମ କରିପାରେ ବୋଲି ତଥ୍ୟରେ ଦର୍ଶାଯାଇଛି ।

Comments are closed.