ଦେଶରେ ୨୪ ଘଣ୍ଟାରେ ୩୦,୯୪୧ କରୋନା ସଂକ୍ରମିତ ଓ ୩୬,୨୭୫ ସୁସ୍ଥ

0

ଦିଲ୍ଲୀ:ଅଗଷ୍ଟ ୩୧ : ଦେଶରେ ସୁସ୍ଥତା ହାର ୯୭.୫୩ ପ୍ରତିଶତକୁ ବୃଦ୍ଧି ପାଇଥିଲା ବେଳେ ଗତ ୨୪ ଘଣ୍ଟାରେ ୩୬,୨୭୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୧୯ ଲକ୍ଷ ୫୯ ହଜାର ୬୮୦ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।
ଅନ୍ୟପକ୍ଷେ, ୨୪ ଘଣ୍ଟାରେ ୩୦,୯୪୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମଣଙ୍କ ଅପେକ୍ଷା କରୋନା ସୁସ୍ଥଙ୍କ ସଂଖ୍ୟା ଦେଶରେ ଅଧିକ ରହିଛି । ତେବେ ଆଜିର ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୭୦ ହଜାର ୬୪୦ ରହିଛି । ଆଜି ୩୫୦ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ଦେଶରେ କରୋନାରେ ମୋଟ ୪ ଲକ୍ଷ ୩୮ ହଜାର ୫୬୦ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହେଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୨.୫୧ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୨.୨୨ ପ୍ରତିଶତ ରହିଛି । ଦେଶରେ ମୋଟ ୬୪ କୋଟି ୦୫ ଲକ୍ଷ ୨୮ ହଜାର ୬୪୪ ଜଣ ଲୋକ କରୋନା ଟିକା ନେଇସାରିଲେଣି ।

Leave A Reply

Your email address will not be published.