ଦେଶରେ ୨୪ ଘଣ୍ଟାରେ ହଜାରେ ରୁ ଅଧିକ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର: ଅଗଷ୍ଟ ୧୦ : ଦେଶରେ ୨୪ ଘଂଟାରେ ୬୨ ହଜାର ୬୪ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି । ଏହାକୁ ମିଶାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୧୫ ହଜାର ୭୪ କୁ ବୃଦ୍ଧି ପାଇଛି ।
ସେହିପରି ଗୋଟିଏ ଦିନରେ ୧୦୦୭ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୪୪ ହଜାର ୩୮୬ ରେ ପହଞ୍ଚିଛି ।
ଅନ୍ୟପକ୍ଷରେ ପ୍ରତ୍ୟେକ ଦିନ ଅଧିକ ରୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ ,ଗତ ୨୪ ଘଂଟାରେ ୫୪ ହଜାର ୮୫୯ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି ଏବଂ ଏ ପର୍ଯ୍ୟନ୍ତ ଦେଶରେ ୧୫ ଲକ୍ଷ ୩୫ ହଜାର ୭୪୩ ଜଣ କରୋନା ରୋଗୀ ସୁସ୍ଥ ହେଇସାରିଲେଣି । ଏହାଦ୍ୱାରା ସୁସ୍ଥତା ହାର କ୍ରମାଗତ ଭାବେ ବୃଦ୍ଧି ପାଇ ୬୯. ୩୩ % ରେ ପହଞ୍ଚିଛି ।
ଆଜି ସୁଦ୍ଧା ୬ ଲକ୍ଷ ୩୪ ହଜାର ୯୪୫ ଜଣ କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି ।
ରାଜ୍ୟ ମାନଙ୍କ ମଧ୍ୟରେ , ସର୍ବାଧିକ କ୍ଷତିଗ୍ରସ୍ଥ ମହାରାଷ୍ଟ୍ର ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଟପି ସାରିଛି ।
ଆଜି ସୁଦ୍ଧା ମହାରାଷ୍ଟ୍ର ରେ ୫ ଲକ୍ଷ ୧୫ ହଜାର ୩୩୨ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି । ତାମିଲନାଡୁ ରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୬ ହଜାର ୯୦୧ ରେ ପହଂଚିଛି । ସେହିପରି ଆନ୍ଧ୍ର ପ୍ରଦେଶ ରେ ମୋଟ କରୋନା ଙ୍କ ସଂଖ୍ୟା ୨ ଲକ୍ଷ ୨୭ ହଜାର ୮୬୦ କୁ ବୃଦ୍ଧି ପାଇଥିବା ବେଳେ , କର୍ଣ୍ଣାଟକ ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୭୮ ହଜାର ୮୭ , ଦିଲ୍ଲୀ ରେ ଏକ ଲକ୍ଷ ୪୫ ହଜାର ୪୨୭ , ଉତ୍ତର ପ୍ରଦେଶ ରେ ଏକ ଲକ୍ଷ ୨୨ ହଜାର ୬୦୯ ଏବଂ ପଶ୍ଚିମ ବଙ୍ଗ ରେ ୯୫ ହଜାର ୫୫୪ ରେ ପହଂଚିଛି ।

Comments are closed.