ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୧ ହଜାର ୫୩୭ ଜଣ କରୋନା ସଂକ୍ରମିତ

ଭୁବନେଶ୍ୱର: ଅଗଷ୍ଟ ୮: ଦେଶରେ ୨୪ ଘଣ୍ଟାରେ ୬୧ ହଜାର ୫୩୭ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି । ଏହାକୁ ମିଶାଇ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୨୦ ଲକ୍ଷ ୮୮ ହଜାର ୬୧୧ କୁ ବୃଦ୍ଧି ପାଇଛି । ସେହିପରି ଗୋଟିଏ ଦିନରେ ୯୩୩ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି । ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୪୨ ହଜାର ୫୧୮ ରେ ପହଂଚିଛି ।
୨୪ ଘଂଟାରେ ୪୮ ହଜାର ୯୦୦ କରୋନା ରୋଗୀ ସୁସ୍ଥ ହେଇଛନ୍ତି । ଏହା ସହ ଏ ପର୍ଯ୍ୟନ୍ତ ମୋଟ ୧୪ ଲକ୍ଷ ୨୭ ହଜାର ୫ ଜଣ କରୋନା ରୋଗୀ ସୁସ୍ଥ ହେଇସାରିଛନ୍ତି । ସୁସ୍ଥତା ହାର କ୍ରମାଗତ ଭାବେ ବୃଦ୍ଧି ପାଇ ୬୮. ୩୨ % ରେ ପହଞ୍ଚିଛି ।
ମୋଟ ୬ ଲକ୍ଷ ୧୯ ହଜାର ୮୮ ଜଣ ଚିକିତ୍ସାଧୀନ ଅଛନ୍ତି ।
ରାଜ୍ୟ ଗୁଡିକ ମଧ୍ୟରେ ମହାରାଷ୍ଟ୍ର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୯୦ ହଜାର ୨୬୨ ରେ ପହଁଚିଥିବା ବେଳେ ତାମିଲନାଡୁ ରେ ୨ ଲକ୍ଷ ୮୫ ହଜାର ୨୪ , ଆନ୍ଧ୍ର ପ୍ରଦେଶ ରେ ୨ ଲକ୍ଷ ୬ ହଜାର ୯୬୦ , କର୍ଣ୍ଣାଟକ ରେ ଏକ ଲକ୍ଷ ୬୪ ହଜାର ୯୨୪ , ଦିଲ୍ଲୀ ରେ ଏକ ଲକ୍ଷ ୪୨ ହଜାର ୭୨୩ ଜଣ , ଉତ୍ତର ପ୍ରଦେଶ ରେ ଏକ ଲକ୍ଷ ୧୩ ହଜାର ୩୭୮ , ପଶ୍ଚିମ ବଙ୍ଗ ରେ ୮୯ ହଜାର ୬୬୬ , ବିହାର ରେ ୭୭ ହଜାର ୩୦୪ , ଗୁଜରାଟ ରେ ୬୮ ହଜାର ୭୬୮ , ଆସାମ ରେ ୫୫ ହଜାର ୪୯୬ ଏବଂ ରାଜସ୍ଥାନ ରେ ମୋଟ ୫୦ ହଜାର ୧୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି ।

Comments are closed.