ଦେଶରେ ୨୪ ଘଣ୍ଟାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ୪୧୩୮୩ ଜଣ

0

ଦିଲ୍ଲୀ: ଜୁଲାଇ ୨୨: ଗତ ୨୪ ଘଣ୍ଟାରେ ଦେଶରେ ୪୧ ହଜାର ୩୮୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୩୮ ହଜାର ୬୫୨ ଜଣ ରୋଗୀ ସୁସ୍ଥ ହୋଇସାରିଛନ୍ତି । ଆଜିର ସୁସ୍ଥ ସଂଖ୍ୟା ସହ ମୋଟ ଆଜି ପର୍ଯ୍ୟନ୍ତ ମୋଟ ୩ କୋଟି ୪ ଲକ୍ଷ ୨୯ ହଜାର ୩୩୯ କରୋନା ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି । ମୋଟ୍‌ ଉପରେ ଆଜି ଦେଶରେ ସୁସ୍ଥତା ହାର ୯୭.୩୫ ପ୍ରତିଶତ ରହିଛି । ବର୍ତ୍ତମାନ ଦେଶରେ ଦୈନିକ କରୋନାର ପଜିଟିଭିଟି ହାର ୨.୪୧ ପ୍ରତିଶତ ରହୁଥିଲାବେଳେ ସାପ୍ତାହିକ ପଜିଟିଭିଟି ହାର ୨.୧୨ ପ୍ରତିଶତ ରହୁଛି ।
ଅନ୍ୟପକ୍ଷେ, ୨୪ ଘଣ୍ଟାରେ ଦେଶରେ ୫୦୭ ଜଣ ରୋଗୀଙ୍କର ମୃତୁ୍ୟ ହୋଇଛି । ଏହା ସହ କରୋନାଜନିତ ମୋଟ ମୃତୁ୍ୟ ସଂଖ୍ୟା ୪ ଲକ୍ଷ ୧୮ ହଜାର ୯୮୭କୁ ବୃଦ୍ଧି ପାଇଛି ।
ସୂଚନା ଅନୁସାରେ, ଦେଶରେ ଏବେ ସକ୍ରିୟ ରୋଗୀ ୪ ଲକ୍ଷ ୯ ହଜାର ୩୯୪ ରହିଛନ୍ତି । ଏହାସହ ୪୧ କୋଟି ୭୮ଲକ୍ଷ ୫୧ ହଜାର ୧୫୧ ଜଣ କରୋନା ଟିକା ନେଇ ସାରିଲେଣି ।

Leave A Reply

Your email address will not be published.