ଦେଶରେ ୨୪ ଘଂଟାରେ ୬୦ ହଜାର ୯୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬୭ ହଜାର ୩୨୩ କୁ ବୃଦ୍ଧି

ଭୁବନେଶ୍ୱର: ଅଗଷ୍ଟ ୨୫: ଦେଶରେ ୨୪ ଘଂଟାରେ ୬୦ ହଜାର ୯୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏଥିସହିତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬୭ ହଜାର ୩୨୩ କୁ ବୃଦ୍ଧି ପାଇଛି I
ଗୋଟିଏ ଦିନରେ ୮୪୮ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୫୮ ହଜାର ୩୯୦ ରେ ପହଂଚିଛି I ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇ ଆଜି ୧.୮୪ ପ୍ରତିଶତରେ ପହଞ୍ଚିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ୨୪ ଘଂଟାରେ ୬୦ ହଜାର ୫୫୦ ଜଣ ସୁସ୍ଥ ହେଇଛନ୍ତି I ଏହାକୁ ମିଶାଇ, ଏ ପର୍ଯ୍ୟନ୍ତ ୨୪ ଲକ୍ଷ ୪ ହଜାର ୫୮୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି I ଆରୋଗ୍ୟ ହାର ବୃଦ୍ଧିପାଇ ଏବେ ୭୫.୯୨ ପ୍ରତିଶତରେ ପହଞ୍ଚିଛି ।
ଏବେ ୭ ଲକ୍ଷ ୪ ହଜାର ୩୪୮ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି I

Comments are closed.