ଦେଶରେ ୨୪ ଘଂଟାରେ ୩୭,୧୪୮ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ଏବଂ ୫୮୭ ଜଣଙ୍କ ମୃତ୍ୟୁ

0

ଭୁବନେଶ୍ୱର: ଜୁଲାଇ ୨୧: ଭାରତରେ ୨୪ ଘଂଟାରେ ୩୭,୧୪୮ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଥିବା ବେଳେ ୫୮୭ ଜଣଙ୍କର ମୃତ୍ୟୁ ହେଇଛି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୫୫,୧୯୧ କୁ ବୃଦ୍ଧି ପାଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୨୮,୦୮୪ ରେ ପହଂଚିଛି I
ଏ ପର୍ଯ୍ୟନ୍ତ ୭,୨୪,୫୭୭ ଜଣ କରୋନା ରୋଗୀ ସୁସ୍ଥ ହେଇସାରିଛନ୍ତି ଏବଂ ୪,୦୨,୫୨୯ ଜଣ ଚିକିତ୍ସାଧୀନ ଅଛନ୍ତି I ଗତ ୨୪ ଘଂଟାରେ ୨୪,୪୯୧ ଜଣ ସୁସ୍ଥ ହେଇଛନ୍ତି ଏବଂ ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କ ହାର ଶତକଡା ୬୨.୭୨ ରେ ପହଂଚିଛି I
ICMR ର ସୂଚନା ଅନୁସାରେ, ଏ ପର୍ଯ୍ୟନ୍ତ ୧,୪୩,୮୧,୩୦୩ ଟି ସାମ୍ପଲ ଟେଷ୍ଟ କରାଯାଇଛି ଏବଂ ସୋମବାର ଦିନ ମୋଟ ୩,୩୩,୩୯୫ ଟି ସାମ୍ପଲ ଟେଷ୍ଟ ହେଇଛି I
ରାଜ୍ୟମାନଙ୍କ ମଧ୍ୟରେ, ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ, ତେଲେଙ୍ଗାନା ଏବଂ ୱେଷ୍ଟ ବେଙ୍ଗଲ ରେ ଏ ପର୍ଯ୍ୟନ୍ତ ୪୦,୦୦୦ ହଜାର ଓ ଉର୍ଦ୍ଧ୍ଵ କରୋନା ରୋଗୀ ଚିହ୍ନଟ ହେଇସାରିଲେଣି I
ମହାରାଷ୍ଟ୍ର ରେ ସର୍ବାଧିକ ୩,୧୮,୬୯୫ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ତାମିଲନାଡୁ ରେ ୧,୭୫,୬୭୮, ଦିଲ୍ଲୀ ରେ ୧,୨୩,୭୪୭, କର୍ଣ୍ଣାଟକ ରେ ୬୭,୪୨୦, ଆନ୍ଧ୍ର ପ୍ରଦେଶ ରେ ୫୩,୭୨୪, ଉତ୍ତର ପ୍ରଦେଶ ରେ ୫୧,୧୬୦, ଗୁଜରାଟ ରେ ୪୯, ୩୫୩, ତେଲେଙ୍ଗାନା ରେ ୪୬,୨୭୪ ଏବଂ ୱେଷ୍ଟ ବେଙ୍ଗଲ ରେ ୪୪,୭୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I

ସେହିପରି, ମହାରାଷ୍ଟ୍ର ରେ ସର୍ବାଧିକ ୧୨,୦୩୦ ଜଣଙ୍କର କରୋନା ରେ ମୃତ୍ୟୁ ହେଇଥିବା ବେଳେ ଦିଲ୍ଲୀ ରେ ୩,୬୬୩, ତାମିଲନାଡୁ ରେ ୨,୫୫୧, ଗୁଜରାଟ ରେ ୨,୧୬୨, କର୍ଣ୍ଣାଟକ ରେ ୧,୪୦୩, ଉତ୍ତର ପ୍ରଦେଶ ରେ ୧,୧୯୨, ୱେଷ୍ଟ ବେଙ୍ଗଲ ରେ ୧,୧୪୭, ମଧ୍ୟ ପ୍ରଦେଶ ରେ ୭୩୮, ଆନ୍ଧ୍ର ପ୍ରଦେଶ ରେ ୬୯୬, ରାଜସ୍ଥାନ ରେ ୫୬୮ ଏବଂ ତେଲେଙ୍ଗାନା ରେ ୪୧୨ ଜଣଙ୍କର ମୃତ୍ୟୁ ହେଇଛି I

Leave A Reply

Your email address will not be published.